Thursday, September 24, 2026
23.9 C
Odisha

    ଦୁଇଦିନିଆ ମହିମା ଜ୍ୟୋତିଯାତ୍ରା ସମାପ୍ତ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଗଁଦିଆ, ସଦର ଓ ଓ?ାପଡ଼ା ଏବଂ ଅନୁଗୋଳ ଜିଲ୍ଲାର ବଅଁରପାଳ, ଅନୁଗୋଳ ଓ ଛେଣ୍ଡିପଦା ଏହିପରି ୬ଟି ବ୍ଲକ ମଧ୍ୟ ଦେଇ ଚଳିତ ବର୍ଷର ଏକାଦଶ ମହିମା ଜ୍ୟୋତିଯାତ୍ରା ସମାପ୍ତ ହୋଇଛି । ସଦର ବ୍ଲକ ନାଗିଆପଶି ପଞ୍ଚାୟତର ମହିମା ତପୋବନ ପୀଠରୁ ୨୧ ତାରିଖ ରାତ୍ରରେ ଆରମ୍ଭ ହୋଇଥିବା ମହିମା ବ୍ରହ୍ମଜ୍ୟୋତି ଯାତ୍ରା ଗଁଦିଆ ବ୍ଲକ ମହିମା ଗାଦିପୀଠ ଯୋରନ୍ଦାକୁ ଆସି ତତ୍ ପରଦିନ ପୂର୍ବାହ୍ନ ୯ଟା ବେଳେ ସଦର ବ୍ଲକ ବେଲଟିକିରି ପଞ୍ଚାୟତର ୧୪୦ବର୍ଷର ପ୍ରାଚୀନ ଗ୍ରାମ ଦାମୋଦରନାଳୀ ଠାରୁ ମହିମା ବ୍ରହ୍ମଜ୍ୟୋତି ଯାତ୍ରାର ଆନୁଷ୍ଠାନିକ ୨ଦିନିଆ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଦାମୋଦରନାଳୀ ଗ୍ରାମରୁ ବାହାରି ଜ୍ୟୋତି ଓଡାପଡ଼ା ବ୍ଲକ ମଧ୍ୟ ଦେଇ ଅପରାହ୍ନ ୪ଟା ବେଳକୁ ବଅଁରପାଳ ବ୍ଲକର ବୃହତ ଗ୍ରାମ ବନ୍ଦାଠାରେ ପହଞ୍ଚିଥିଲେ । ସେଠାରେ ମହିମା ବ୍ରହ୍ମଜ୍ୟୋତିଙ୍କୁ ୫/୬ଟି ଛତ୍ରୀ ଓ ଆଲଟ, ମହିମା ଭଜନ ଗୋଷ୍ଠୀ, ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ ଓ ଶଙ୍ଖଧ୍‌ୱନୀ ମଧ୍ୟରେ ବେଶ୍ ଆଡମ୍ୱରସହକାରେ ପାଛୋଟି ନିଆଯାଇ ଦୀର୍ଘ ଦୁଇଘଣ୍ଟା ଧରି ଗ୍ରାମର ବିଭିନ୍ନ ସାହିବସ୍ତି ପରିକ୍ରମା କରାଯାଇଥିଲା । ଗ୍ରାମର ଶୂନ୍ୟ ମନ୍ଦିର ପରିସରରେ ସଂଧ୍ୟା ୬ଟା ବେଳକୁ ମହିମା ସାଧୁସନ୍ଥ ଓ ସହଯାତ୍ରୀଙ୍କ ପାଇଁ ସାୟଂକାଳୀନ ଭିକ୍ଷା ବ୍ୟବସ୍ଥା କରାଯାଇଥିଲା । ଗ୍ରାମ ଦାଣ୍ଡରେ ଉଚ୍ଚାଙ୍ଗ ମହିମା ଭଜନ ଓ ଖଞ୍ଜଣୀ ବାଦ୍ୟ ଧ୍‌ୱନି ମଧ୍ୟରେ ଗଗନପବନ ମୁଖରିତ ହେଉଥିଲା । ଶ୍ରଦ୍ଧାଳୁଗଣ କଳସ ବସାଇ ଧୂପଦୀପ ଓ ନୈବେଦ୍ୟ ସହ ଅକ୍ଷତରେ ବ୍ରହ୍ମଜ୍ୟୋତିଙ୍କୁ ବନ୍ଦାପନା ପୂର୍ବକ ଶାଷ୍ଟାଙ୍ଗ ପ୍ରଣିପାତ ଜଣାଉଥିଲେ । ବନ୍ଦା ଗ୍ରାମର ଲୋକନାଥ ସାହୁ, ପ୍ରମୋଦ କୁମାର ସାହୁ, ସୁରେଶ ଚନ୍ଦ୍ର ସାହୁ, ଦିବାକର ସାହୁ ଓ କିଶୋର ଚନ୍ଦ୍ର ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରୁଥିଲେ । ସଂଧ୍ୟା ପରେ ବ୍ରହ୍ମଜ୍ୟୋତି ଅନୁଗୋଳ ବ୍ଲକର ନତ?ା ଗ୍ରାମ, ଛେଣ୍ଡିପଦା ବ୍ଲକର ନିଶା, ରାଇଝରଣ, ଗୋଳାଗାଡିଆ ଓ ଶିମିଳିସାହି ଆଦି ଗ୍ରାମ ପରିକ୍ରମା ସାରି ଅଞ୍ଚଳର ମୁଖ୍ୟସ୍ଥାନ କୋଶଳା ବଜାରରେ ରାତି ପ୍ରାୟ ୧୨ଟା ବେଳକୁ ପହଞ୍ଚିଥିଲେ । ରବିବାର ପ୍ରାତଃକୃତ୍ୟ ସାରି ପୂର୍ବାହ୍ନ ୮ଟାରୁ କୋଶଳା ଅଞ୍ଚଳର ବିଭିନ୍ନ ସାହିବସ୍ତିରେ ପରିକ୍ରମା ପର୍ବ ଆରମ୍ଭ ହୋଇଥିଲା । ବାଦ୍ୟବାଜଣା, ଭଜନ କୀର୍ତ୍ତନ ଓ ଆତଶବାଜି ପ୍ରଦର୍ଶନ ମଧ୍ୟରେ ବ୍ରହ୍ମଜ୍ୟୋତିଙ୍କ ବିମାନ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧାର୍ଘ୍ୟ ଗ୍ରହଣ କରି ପଟୁଆର ମଧ୍ୟରେ ଆଗେଇ ଚାଲିଥିଲା । ଦିନ ୨ଟା ବେଳକୁ ସ୍ୱଳ୍ପ ସମୟ ଭିକ୍ଷା ଗ୍ରହଣକାଳୀନ ବିରତି ପରେ ପୂନର୍ବାର ଅପରାହ୍ନ ୪ଟା ଯାଏ ସାହି ପରିକ୍ରମା ଚାଲିଥିଲା । କୋଶଳାରେ ଥିବା ସନ୍ଥ ଭୀମଭୋଇଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ କୋଶଳା ମୁଖ୍ୟ ବଜାରସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ କାର୍ଯ୍ୟାଳୟ ଗୃହକୁ ମହିମା ରୀତିନୀତିରେ କୌପୀନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା ଉଦ†ାଟନ କରିଥିଲେ । ଅଞ୍ଚଳର ମହିମା ଭକ୍ତଙ୍କ ବଡଭାଇ ବାମଦେବ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଅପରାହ୍ନ ୪ଟା ପରେ ବ୍ରହ୍ମଜ୍ୟୋତି ଓ ସହଯାତ୍ରୀବୃନ୍ଦ ଛେଣ୍ଡିପଦା ବ୍ଲକର ପିତାଚରୀ ଗ୍ରାମ ପରିକ୍ରମାପୂର୍ବକ ସେଠାରେ ସାୟଂକାଳୀନ ଭିକ୍ଷା ଗ୍ରହଣ କରିଥିଲେ । ସେଠାରୁ ଦୁର୍ଗାପୁର ଗ୍ରାମକୁ ଆସି ଗ୍ରାମ ପରିକ୍ରମା ସହ ଏକ ମହିମା ଧୂନି ମଣ୍ଡପକୁ ଟାଙ୍ଗିରି ସାହିରେ ଉଦ†ାଟନ କରାଯାଇଥିଲା । ଦୁର୍ଗାପୁରରୁ ବକଳା ଗ୍ରାମ ପରିକ୍ରମା ସାରିଲା ବେଳକୁ ଅର୍ଦ୍ଧରାତ୍ର ହେବାରୁ ସେଠାରୁ ଜ୍ୟୋତିଯାତ୍ରାର ସମାପ୍ତି ଘୋଷଣା କରାଯାଇ ବ୍ରହ୍ମଜ୍ୟୋତିଙ୍କୁ ଢେଙ୍କାନାଳ ତପୋବନ ପୀଠକୁ ଭୋର୍ ୪ଟା ବେଳକୁ ଫେରାଇ ଅଣାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    99 %
    1.6kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ