Thursday, June 25, 2026
26.3 C
Odisha

    ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବି. ବୈରାଗୀ । ତାଙ୍କ ବୟସ ୬୩ ବର୍ଷ ହେବ ବୋଲି ଜଣାପଡ଼ିଛି । ଭୋର ୪ଟା ବେଳେ ବି. ବୈରାଗୀ. ଏମ.ବାଲାରାଜୁ, ଓ ଏମ.ସିମୁଡ଼ୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ଼ ଲହଡ଼ିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବୈରାଗୀ ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ମୃତକଙ୍କ ପତ୍ନୀ ବି.ଗାରମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    77 %
    2.7kmh
    98 %
    Wed
    26 °
    Thu
    39 °
    Fri
    38 °
    Sat
    37 °
    Sun
    33 °

    ସମ୍ବନ୍ଧିତ