Monday, December 8, 2025
13.6 C
Odisha

    ଇଏ ହିଁ ଜଗାର ପ୍ରକୃତ ଭକ୍ତ: ଖରାରରେ ସିଝୁଥିଲେ କାଳିଆ ସାଆନ୍ତ, ଜଗାର ମୂର୍ତ୍ତିକୁ କୋଳେଇ ମନ୍ଦିରରେ ରଖିଲେ ସ୍ଥାନୀୟ ଯୁବକ

    ଆଗକୁ ପଢନ୍ତୁ

    ପୁରୀରେ ମିଳୁନି ଜଗନ୍ନାଥଙ୍କୁ ସମ୍ମାନ । କୋଟି କୋଟି ଓଡିଆଙ୍କ ମଉଡମଣିଙ୍କୁ ଏ କି ସମ୍ମାନ । ଯେଉଁ ଜଗନ୍ନାଥଙ୍କୁ ନେଇ ସାରା ଓଡିଶା ଗର୍ବ କରେ ତାଙ୍କୁ ଚିରା ଅଖାରେ ଘୋଡାଇ ଖରାରେ ରଖିଦେଇ ଚାଲିଯାଇଛି ଟେଂଟ୍ ମାଲିକ । ସଭା ଶେଷ ହେବା ପରେ ସବୁ ଜିନିଷ ନେଇଗଲେ ହେଲେ ମହାପ୍ରଭୁଙ୍କୁ ଭୁଲିଗଲେ । ମଝି ପଡିଆରେ ଅବହେଳିତ ହୋଇ ପଡି ରହିଥିଲା ମହାପ୍ରଭୁଙ୍କ ପ୍ରତିମୂର୍ତି । ତେବେ ଖବର ପ୍ରସାରଣ ପରେ ଶେଷରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଜଗନ୍ନାଥଙ୍କ ମୂର୍ତିକୁ ଉଦ୍ଧାର କରି ସାଥିରେ ନେଇଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଜଗାର ମୂର୍ତ୍ତିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ମନ୍ଦିରକୁ ସ୍ଥାନାନ୍ତର କରିଥିଲେ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମାଲୁଦ ପଂଚୁଦୋଳ ଯାତ୍ରା ପଡିଆରୁ ଆସିଛି ଏଭଳି ଘଟଣା । ଘଟଣାଟି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆଘାତ୍ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.6 ° C
    13.6 °
    13.6 °
    39 %
    1.2kmh
    91 %
    Mon
    26 °
    Tue
    26 °
    Wed
    26 °
    Thu
    26 °
    Fri
    26 °

    ସମ୍ବନ୍ଧିତ