Tuesday, September 8, 2026
23.8 C
Odisha

    କିଛି ଦିନ ତଳେ କାମିଆ ଜାନୀଙ୍କୁ ପ୍ରଶଂସା କରୁଥିଲେ, ଶ୍ରୀମନ୍ଦିରକୁ ଆସିବା ପରେ ହଠାତ ଅସହିଷ୍ଣୁ ହୋଇପଡିଲେ କାହିଁକି?

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରସାଦର ମହାତ୍ମ୍ୟ ସଂକ୍ରାନ୍ତରେ ବ୍ଲଗର କାମିଆ ଜାନୀଙ୍କ ଭିଡିଓ ଆସିବା ପରେ ରାଜ୍ୟ ବିଜେପି ଅପପ୍ରଚାର କରିବାରେ ଲାଗିଛି। କାମିଆଙ୍କୁ ନେଇ ଅଯଥା ବିବାଦ ସୃଷ୍ଟି କରିବା ସହ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ବିଜେପି ନେତା। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରି ଉତ୍ତର ମାଗିଛନ୍ତି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।ସାଂସଦ ମାନସ ମଙ୍ଗରାଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ‘ ଧର୍ମେନ୍ଦ୍ର ଭାଇ… ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧିନରେ ବିଜେପି ସରକାର ଦେଶର ହିନ୍ଦୁ ଐତିହ୍ୟ ଓ  ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ପାଇଁ କାମିଆ ଜାନୀଙ୍କୁ ନିଯୁକ୍ତି ଦେଇଥିଲେ। ହିନ୍ଦୁ ଐତିହ୍ୟ ଓ ମନ୍ଦିର ଉପରେ କ୍ଷୁଦ୍ର ଚଳଚ୍ଚିତ୍ର କରୁଛନ୍ତି କାମିଆ। ପୂର୍ବରୁ ସେ ଚାରିଧାମ ସହ ଅଯୋଧ୍ୟାସ୍ଥିତ ରାମଲାଲାଙ୍କ ଦର୍ଶନ କରିଛନ୍ତି।

    ଆଉ ସେହି ସମୟରେ ତାଙ୍କ ଭିଡିଓକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ଆହୁରି ଅନେକ ବରିଷ୍ଠ ନେତାମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ବର୍ତ୍ତମାନ କାହିଁକି ଏହି ଅଯଥା ପ୍ରସଙ୍ଗକୁ ନେଇ ବିବାଦ କରାଯାଉଛି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ମାନସ। ଶ୍ରୀମନ୍ଦିର ଚତୁପାର୍ଶ୍ବର ବ୍ୟାପକ ରୂପାନ୍ତରଣର ଚାଲିଛି। ଏହାକୁ ସହିନପାରି ରାଜ୍ୟ ବିଜେପିର ନେତା ଅସହିଷ୍ଣୁ ମନୋଭାବ ପୋଷଣ କରୁ ନାହାଁନ୍ତି ତ। ମିଛ ଖବର ତିଆରି କରି ଲୋକଙ୍କ ବୁଦ୍ଧିମତାକୁ କାହିଁକି ଅପମାନିତ କରିବାକୁ ପ୍ରୟାସ କରାଯାଉଛି । ବାରମ୍ବାର ମିଛ ତଥ୍ୟ ଦେଇ କାହିଁକି ଓଡ଼ିଶାବାସୀଙ୍କ ମୁଣ୍ଡ ନୁଆଁଇ ଦେବାକୁ ଅପଚେଷ୍ଟା କରୁଛନ୍ତି।

    ସୋସିଆଲ ମିଡିଆ ‘ଏକ୍ସ’ରେ ସାଂସଦ ମାନସ ମଙ୍ଗରାଜ କାମିଆ ଜାନୀଙ୍କ ଭିଡିଓ ଗୁଡିକୁ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ ଓ ଖୋଦ୍‌ ଧର୍ମେନ୍ଦ୍ର ପ୍ରଧାନ ସେୟାର କରିଥିବାର ଫଟୋ ଗୁଡିକୁ ମଧ୍ୟ ପୋଷ୍ଟ କରିଛନ୍ତି। କିଛି ଦିନ ତଳେ କାମିଆ ଜାନୀଙ୍କୁ ପ୍ରଶଂସା କରୁଥିବା ବେଳେ ଏବେ କେମିତି ଅପପ୍ରଚାର କରୁଛନ୍ତି ବୋଲି ମାନସ ମଙ୍ଗରାଜ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି।

    ସୂଚନାଯୋଗ୍ୟ ନିକଟରେ କାମିଆ ଜାନୀ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଗୋମାଂସ ଭକ୍ଷଣ କରିଛନ୍ତି ଓ କିଭଳି ଜଗନ୍ନାଥ ମନ୍ଦରକୁ ପ୍ରବେଶ କଲେ ବୋଲି ପ୍ରଶ୍ନ ଉଠାଯାଇଛି। ମାତ୍ର ସେ କେବେ ମଧ୍ୟ ଗୋ ମାଂସ ଭକ୍ଷଣ କରିନାହାନ୍ତି ବୋଲି କାମିଆ ସ୍ପଷ୍ଟ କରିଛନ୍ତି। ନିଜ ଫେସ୍‌‌ବୁକ୍‌‌ ପେଜ୍‌‌ରେ ସେ ଲେଖିଛନ୍ତି ଯେ ଜଣେ ଭାରତୀୟ ଭାବେ ଦେଶର ପରମ୍ପରା ଓ ଐତିହ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ସମସ୍ତ ଜ୍ୟୋତିର୍ଲିଙ୍ଗ ଓ ଚାରିଧାମ ଦର୍ଶନ କରିଛନ୍ତି। କାମିଆ ଜାନୀ ଦୀର୍ଘ ଦିନ ହେବ ଦେଶର ପ୍ରମୁଖ ଧାର୍ମିକ ପୀଠ ସହ ଖାଦ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ବ୍ଲଗ୍‌‌ କରି ଆସୁଛନ୍ତି। ଇତି ମଧ୍ୟରେ ସେ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର, ମଧ୍ୟପ୍ରଦେଶର ମହାକାଳେଶ୍ୱର କରିଡର, ସୋମନାଥ ମନ୍ଦିର, ଶ୍ରୀମହାକାଳୀ ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର ଓ କେଦାରନାଥ ମନ୍ଦିର ଆଦିର ଦର୍ଶନ କରିବା ସହିତ ଏହାର ଐତିହ୍ୟ ଓ ପରମ୍ପରାକୁ ନେଇ ବ୍ଲଗ୍‌‌ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.8 ° C
    23.8 °
    23.8 °
    92 %
    1.4kmh
    46 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ