Saturday, September 26, 2026
29.8 C
Odisha

    ମନ୍ମଥ-ମନୋଜ ସ୍ମାରକୀ ପୀଠ’ ସୂଚନାଫଳକ ବିବାଦ: ଖବର ପ୍ରକାଶ ପରେ ଖୋଲିଦେଲେ

    ଆଗକୁ ପଢନ୍ତୁ

    ଫୁଲବଣୀ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଶଙ୍ଖାରୀର ଦୁଇ ବରପୁତ୍ର ଐତିହାସିକ ଡ. ମନ୍ମଥ ନାଥ ଦାସ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ‌ଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମାରକୀ ପୀଠରେ ଲାଗିଥିବା ସରକାରୀ ସୂଚନାଫଳକକୁ ବଦଳାଯାଇଥିଲା। ଯାହାକୁ ନେଇ ବିବାଦ ଦେଖା ଦେଇଥିଲା। ଏପରି ସମୟରେ ଆଜି ଉକ୍ତ ଫଳକକୁ ଖୋଲି ଦିଆଯାଇଛି।

    ସୂଚନା ଅନୁସାରେ; ୧୬ କୋଟି ଟଙ୍କା ବ୍ୟୟରେ ବିଜେଡି ସରକାର ଡ. ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ବାସଗୃହର ପୁନରୁଦ୍ଧାର କରିଥିଲେ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ହୋଇଥିଲା। ଯାହାକୁ ଚଳିତବର୍ଷ ଫେବ୍ରୁଆରି ୨୮ ତାରିଖ ଦିନ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବେ ଲୋକାର୍ପଣ କରିଥିଲେ। ସେଠାରେ ନିର୍ମାଣ ବିଭାଗ ପକ୍ଷରୁ ଏକ ସୂଚନାଫଳକ ଲାଗିଥିଲା। ଯାହାର ରଙ୍ଗ ସବୁଜ ଥିଲା। ସେହିପରି ନବୀନ ପଟ୍ଟନାୟକଙ୍କ ଫଟୋ ମଧ୍ୟ ରହିଥିଲା। ଗତକାଲି ଉକ୍ତ ସୂଚନାଫଳକକୁ ବଦଳାଇ ଦିଆଯାଇଥିଲା। ରଙ୍ଗ ସବୁଜରୁ ଗେରୁଆ କରାଯାଇଥିଲା। ‘ମନ୍ମଥ-ମନୋଜ ସ୍ମାରକୀ’ ବଦଳରେ ‘ପଦ୍ମଭୂଷଣ ମନୋଜ ଦାସ ଏବଂ ପରିବାର ବାସଗୃହର ପୁନରୁଦ୍ଧାର ଓ ଉନ୍ନତୀକରଣ’ ବୋଲି ଲେଖାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋ ମଧ୍ୟ ରହିଥିଲା।

    ନୂଆ ସୂଚନାଫଳକକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମନ୍ମଥ ମନୋଜ ଫାଉଣ୍ଡେସନ୍‌ର ସଦସ୍ୟ, ବୁଦ୍ଧିଜୀବୀ ଓ ଭୋଗରାଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ବିରୋଧ କରିଥିଲେ। ‘ସମ୍ବାଦ’ରେ ଏ ସଂପର୍କିତ ଖବର ପ୍ରକାଶ ପାଇଥିଲା। ତେବେ ଆଜି ଉକ୍ତ ଫଳକକୁ ନିର୍ମାଣ ବିଭାଗ ଖୋଲି ଦେଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, ବିଜେପି ସରକାର ରଙ୍ଗବଦଳା ରାଜନୀତିରୁ କ୍ଷାନ୍ତ ରହିବା ସହିତ କିଛି ଆଖିଦୃଶିଆ ବିକାଶମୂଳକ କାମ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    68 %
    2.8kmh
    82 %
    Sat
    31 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ