Tuesday, September 29, 2026
24.9 C
Odisha

    ବିଜେପି-ବିଜେଡି ମେଣ୍ଟକୁ ନେଇ ଏଭଳି କହିଲେ ରାଜ୍ୟ ସଭାପତି ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ନୂଆଦିଲ୍ଲୀ: ବିଚାର ଆଲୋଚନା ଚାଲିଛି | ମେଣ୍ଟକୁ ନେଇ କିଛି ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ | ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏଭଳି କହିଛନ୍ତି | ସେ କହିଛନ୍ତି ଯେ ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି | ସବୁ ଠିକ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି | କୁହାଯାଉଛି ଯେ ଶୀର୍ଷ ସ୍ତରରେ ନିଷ୍ପତ୍ତି ସରିଛି। ବିଜେଡି ଓ ବିଜେପି ମେଣ୍ଟ ହେବ। କେବଳ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା ରହିଛି। ବିଜେପିର କେନ୍ଦ୍ରୀୟ ନେତା ଓ ରାଜ୍ୟ ନେତାମାନଙ୍କ ମଧ୍ୟରେ ମାରାଥନ୍ ବୈଠକ ସତ୍ତ୍ବେ ଏଯାଏ ସ୍ପଷ୍ଟ ଚିତ୍ର ଆସିପାରିନାହିଁ। ଗୋଟିଏ ବର୍ଗ କହୁଛନ୍ତି, ସବୁକିଛି ତୁଟିଗଲାଣି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଖରେ ବୈଠକ ହୋଇ ମେଣ୍ଟ ପ୍ରସ୍ତାବରେ ଚୂଡ଼ାନ୍ତ ମୋହର ବାଜିବ। ଏହାପରେ ଆନୁଷ୍ଠାନିକ ଘୋଷଣା ହେବ। ଆଉ ଗୋଟିଏ ବର୍ଗ କହିଲେଣି, ଏଯାଏ କିଛି କଥା ଆଗେଇ ପାରୁନାହିଁ। ଏଣେ ମେଣ୍ଟ ଘୋଷଣା ବିଳମ୍ବ ହେଉଥିବାରୁ ଏମାନଙ୍କ ମଧ୍ୟକୁ କିଏ ସତ କହୁଛନ୍ତି ଓ କିଏ ମିଛ କହୁଛନ୍ତି; ଏକଥା କେହି ଠଉରାଇ ପାରୁନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ