Thursday, October 15, 2026
21.9 C
Odisha

    ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳାଯିବାକୁ ଥିବା ୧୦୮ ଫୁଟ ଲମ୍ବର ଧୂପକାଠିରେ ରହିଛି ଏହି ସ୍ବତନ୍ତ୍ରତା

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପ୍ରଧାନମନ୍ତ୍ରୀ ଏହାର ନୀତିକାନ୍ତି କରିବେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଉପାୟରେ ଏହି ଦିନକୁ ସ୍ମୃତି କରି ରଖିବା ପାଇଁ ଯୋଜନା କରିଛନ୍ତି। ଏହି ଅବସରରେ  ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ୧୦୮ ଫୁଟ ଲମ୍ବର ଧୂପକାଠି ତିଆରି କରାଯାଉଛି। ଏହି ସ୍ବତନ୍ତ୍ର ଧୂପକାଠି ୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ରହିଥିବା ବେଳେ ଏହାର ମୋଟେଇ ୩.୫ ଫୁଟ ରହିଛି। ଧୂପକାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ଏହା ୪୫ ଦିନ ପର୍ଯ୍ୟନ୍ତ ଲିଭିବନାହିଁ। ଏହି ଧୂପକାଠିକୁ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରିଛନ୍ତି। ଖୁବଶୀଘ୍ର ଏହାର ପ୍ରସ୍ତୁତି କାମ ଶେଷ ହୋଇଯିବ। ଜାନୁଆରି ୨୨ ତାରିଖରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଥିବା ବେଳେ ଜାନୁୟାରି ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜାନୁଆରି ପହିଲାରୁ ସ୍ବତନ୍ତ୍ର ଟ୍ରକ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ