Saturday, July 27, 2024
24.6 C
Odisha

    ମୀରା ମାଞ୍ଝୀଙ୍କ ଘରକୁ ଉପହାର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ମୀରା ମାଗିଲେ …

    ଆଗକୁ ପଢନ୍ତୁ

    ଅଯୋଧ୍ୟାର ମୀରା ମାଞ୍ଝୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ସ୍ୱାମୀଙ୍କ ପାଇଁ ଚାକିରୀ ମାଗିଛନ୍ତି । ଏ ସେହି ମୀରା ମାଞ୍ଝୀ ଯାହାଙ୍କ ଘରେ ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୩୦ ତାରିଖରେ ଚା’ ପିଇବାକୁ ପହଂଚିଯାଇଥିଲେ । ଏହି ଭେଟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଚିଠି ଲେଖି ମୀରା ଓ ତା’ର ପରିବାର ସଦସ୍ୟଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚିଠି ସହ ଉପହାର ମଧ୍ୟ ପଠାଇଥିଲେ । ଏହି ଉପହାର ପାଇବା ପରେ ଏବେ ମୀରା ମାଞ୍ଝୀ ତାଙ୍କ ସ୍ୱାମୀଙ୍କୁ ଚାକିରି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ।ମୀରା କହିଛନ୍ତି କି, ସେ ଚାହୁଁଛନ୍ତି ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ସ୍ୱାମୀଙ୍କୁ ଚାକିରୀଟିଏ ମିଳିବା ଦରକାର । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଉପହାର ପ୍ୟାକେଟ୍ ପଠାଇଥିଲେ ସେଥିରେ ପିଲାଙ୍କ ପାଇଁ ବ୍ୟାଗ୍, ପେନସିଲ, ଟିଫିନ ଆଦିଥିଲା । ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି କି, ମୋ ସ୍ୱାମୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ଚାକିରୀର ବ୍ୟବସ୍ଥା କରନ୍ତୁ । ଫଳରେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହେବ ।ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତରେ ଥିଲେ । ଏହି ସମୟରେ ସେ ମୀରା ମାଞ୍ଝୀଙ୍କ ଘରକୁ ଚା’ ପିଇବାକୁ ଯାଇଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନାରେ ମୀରା ମାଞ୍ଝୀ ହେଉଛନ୍ତି ୧୦ କୋଟି ସଂଖ୍ୟାର ହିତାଧିକାରୀ । ତାଙ୍କ ନାମ ୧୦ କୋଟି ତମ ଉଜ୍ୱଳା ଯୋଜନାର ହିତାଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ