Monday, April 6, 2026
24.9 C
Odisha

    ଉଦ୍ଧାରକର୍ତ୍ତାଙ୍କ ଉପାସନା ପର୍ବ ଖ୍ରୀଷ୍ଟମାସ

    ଆଗକୁ ପଢନ୍ତୁ

    ଈଶ୍ବର ଜଗତକୁ ଏତେ ପ୍ରେମ କଲେ ଯେ ସେ ଆପଣାର ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ବାସ କରେ, ସେ ବିନଷ୍ଟନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।’

    ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ସାରାବିଶ୍ଵରେ ବଡ଼ ଆନନ୍ଦ ଉଲ୍ଲାସର ସହ ବଡ଼ଦିନ ବା ଖ୍ରୀଷ୍ଟମାସ ପାଳନ କରାଯାଏ। ଖ୍ରୀଷ୍ଟ ମାସ୨ ଟି ଶବ୍ଦର ମିଶ୍ରଣ। ଖ୍ରୀଷ୍ଟଅର୍ଥାତ୍ ପ୍ରଭୁ ଯୀଶୁଙ୍କୁ ବୁଝାଏ। ଯୀଶୁ ହେଉଛନ୍ତି ପରମେଶ୍ଵରଙ୍କ ଅଭିଷିକ୍ତ ବ୍ୟକ୍ତି, ଉଦ୍ଧାରକର୍ତ୍ତାମାନେ ଉପାସନା। ସଂକ୍ଷେପରେ କହିବାକୁ ଗଲେ, ଏହା ଉଦ୍ଧାରକର୍ତ୍ତାଙ୍କ ଉପାସନା ପର୍ବ। ପବିତ୍ର ବାଇବେଲ କୁହେ, ଈଶ୍ୱର ଜଗତକୁଏତେ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ଦାନ କଲେ। ଯେ କେହି ତାଙ୍କଠାରୁ ବିଶ୍ଵାସ କରିବ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ଖ୍ରୀଷ୍ଟମାସ କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ / ସଂପ୍ରଦାୟ ନିମନ୍ତେ ନୁହେଁ ସମସ୍ତଙ୍କ ନିମନ୍ତେ। ଖ୍ରୀଷ୍ଟଙ୍କର ଜନ୍ମହେବା ପରେ ସ୍ଵର୍ଗଦୂତ ଇସ୍ରାଏଲ ଦେଶର ମେଷପାଳକମାନଙ୍କୁ କହିଲେ, ଭୟକର ନାହିଁ, ଦେଖ, ମୁଁ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁଜଣାଉଛି। ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ସେଖ୍ରୀଷ୍ଟ ପ୍ରଭୁ ।’ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ଶହଶହ ବର୍ଷ ପୂର୍ବରୁ ଭବିଷ୍ୟତବକ୍ତାଗଣ ଭାବବାଣୀ କହିଥିଲେ। ପବିତ୍ର ’ବାଇବେଲ୍’ (ଗଣନା ୨୪:୧୭)ରେ ଲେଖାଯାଇଛି, ସେ ଇସ୍ରାଏଲରୁ ଆସିବେ। ଯାକୁବଠାରୁ ଏକତାରା ଉଦିତହେବ ଓ ଇସ୍ରାଏଲଠାରୁଏକ ରାଜଦଣ୍ଡ ଉଦ୍ଦିତହେବ ସେବେଥଲିହିମରେଜନ୍ମହେବେ। ମୀଖାଭବିଷ୍ୟତବକ୍ତା ଲେଖିଛନ୍ତି, ମାତ୍ରହେବେ ଥଇଁ ହିମ୍ – ଇଫ୍ରାଥା, ଯୀହୁଦାର ସହସ୍ରଗଣମଧ୍ୟରେକ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସକ ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେଏକ ବ୍ୟକ୍ତି ଉତ୍ପନ୍ନ ହେବେ ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉପ୍ (ମୀଖା ୫:୨) ।

    ସେଏକ କୁମାରୀ ଗର୍ଭରୁ ଜାତହେବେ। ଯୀଶାଇୟ ଭବିଷ୍ୟତବକ୍ତା ଲେଖିଲେ, ଛଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକଚିହ୍ନ ଦେବେ ଦେଖ ଏକକନ୍ୟା (କୁମାରୀ) ଗର୍ଭବତୀ ହୋଇଏକ ପୁତ୍ର ପ୍ରସବ କରିବ ଓ ତାହା ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ହିତ ପରମେଶ୍ଵର) ରଖିବେ। ଯୀଶାଇୟ ୭:୧୪)

    କାହିଁକି ପ୍ରଭୁ ଯୀଶୁଏହି ଜଗତକୁ ଆସିଲେ? ପ୍ରଭୁ ଯୀଶୁ କୌଣସି ଧର୍ମସ୍ଥାପନ କରିବା ନିମନ୍ତେ ଆସି ନଥୁଲେ । ସେ ଜଗତକୁ ଆସିଲେ – ମନୁଷ୍ୟ ଜାତିକୁ ପାପ ଓ ସଇତାନର କବଳରୁ ଉଦ୍ଧାର କରିବା ନିମନ୍ତେ। ’କାରଣ ଯାହାକିଛି, ତାହା ଖୋଜିରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।’ (ଲୁକ ୧୯:୧୦) ମନୁଷ୍ୟମାନଙ୍କ ପାପର ପ୍ରାୟଶ୍ଚିତ୍ତ ବଳିସ୍ୱରୂପେ ମୃତ୍ୟୁର ନାହୁଡ଼ଭାଙ୍ଗିବା ନିମନ୍ତେ ଆସିଥିଲେ। ମନୁଷ୍ୟପୁତ୍ର (ପ୍ରଭୁ ଯୀଶୁ) ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି।’ (ମାଥୁର ୨୦:୨୮) ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ପ୍ରଭୁ ଯୀଶୁ ଆସିଥିଲେ।  ପୁତ୍ରଙ୍କୁ (ଯୀଶୁଙ୍କୁ) ପାଇଅଛି ସେଜୀବନ ପାଇଅଛି ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ। ଈଶ୍ଵରଙ୍କୁ କେହିକେବେ ଦେଖି ନାହିଁ ମାତ୍ର ଈଶ୍ଵର କି ପ୍ରକାର, ତାହା ଆମ୍ଭମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ ଯୀଶୁ ଆସିଲେ। ପ୍ରଭୁ ଯୀଶୁ ତା’ଙ୍କ ଶିଷ୍ୟମାନଙ୍କୁ କହିଲେ,ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ (ଈଶ୍ବର)ଙ୍କୁ ଦର୍ଶନ କରିଅଛି। ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ପ୍ରେମ ଦେଖାଇଲେ। ସେ ଆମ୍ଭମାନଙ୍କୁ ଈଶ୍ଵରଙ୍କର ଶକ୍ତି ଦେଖାଇଲେ। ରୋଗବ୍ୟାଧି ଉପରେ ତାଙ୍କର ଶକ୍ତି ଥୁଲା, ସେ ରୋଗୀମାନଙ୍କୁ ସୁସ୍ଥକଲେ । ଭୂତମାନଙ୍କୁ ଛଡ଼ାଇଲେ ପ୍ରକୃତି ଉପରେ ତାହାଙ୍କର ଶକ୍ତି ଥିଲା ମୃତ୍ୟୁ ଉପରେ ତାଙ୍କର ଅଧିକାର ଥିଲା। ପ୍ରଭୁ ଯୀଶୁ ସମସ୍ତ ମାନବଜାତି ନିମନ୍ତେ କୃଶରେ ମୃତ୍ୟୁବରଣ କଲେ। ମାତ୍ର ମୃତ୍ୟୁର ତିନିଦିନ ପରେ ପୁନରୁତ୍ଥିତ ହୋଇ ଆପଣା ଶିଷ୍ୟମାନଙ୍କୁ ଏବଂ ଅନେକଙ୍କୁ ୪୦ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଇ ସ୍ୱର୍ଗାରୋହଣ କରିଅଛନ୍ତି। ପ୍ରଭୁ ଯୀଶୁ ପୁଣି ଥରେଏହି ପୃଥ‌ିବୀକୁ ପୁନରାଗମନ କରୁଅଛନ୍ତି।

    ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେବାକୁ ସେ ଆସୁଅଛନ୍ତି। ଜୀବନର ଚଲାପଥରେ ଆଜି କି ଆପଣ କ୍ଳାନ୍ତ ? ଆପଣଙ୍କ ଜୀବନରେ ଶାନ୍ତିର ଆବଶ୍ୟକତା ଅଛି ? ପ୍ରଭୁ ଯୀଶୁ ଆପଣଙ୍କୁ ସାଦରେ ନିମନ୍ତ୍ରଣ କରି କହନ୍ତି, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ! ସମସ୍ତେ ମୋ’ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ