Monday, May 12, 2025
42 C
Odisha

    ଗଣେଶ ପୂଜା ଚାନ୍ଦା ନ ଦେବାରୁ ୨ଟି ବାଇକ ଜାଳିଦେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଗଣେଶ ପୂଜା ଚାନ୍ଦା ନ ଦେବାରୁ ୨ଟି ବାଇକ ଜାଳିଦେଲେ ଦୁର୍ବୃତ୍ତ। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲିରେ ରହୁଥିବା ଜୟନ୍ତ ମେହେର। ଗତ ମଙ୍ଗଳବାର ଜୟନ୍ତ ମେହେରଙ୍କ ଘରକୁ ଚାନ୍ଦା ମାଗିବାକୁ କିଛି ଜଣ ବ୍ୟକ୍ତି ଆସିଥିଲେ। ହେଲେ ଜୟନ୍ତ ଚାନ୍ଦା ଦେବାକୁ ମନା କରିଥିଲେ। ଏହାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ପରେ ଚାନ୍ଦା ମାଗିବାକୁ ଆସିଥିବା ଲୋକମାନେ ପଳାଇଯାଇଥିଲେ। ପରେ ଗତକାଲି ବିଳମ୍ବିତ ସେହି ବ୍ୟକ୍ତିମାନେ ଆସି ଦୁଇଟି ଗାଡ଼ିରେ ନିଆଁ ଲଗାଇଦେଇଥିବା ଜୟନ୍ତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଦୁଇଟି ଗାଡ଼ି ଜଳୁଥିବା ଦେଖି ଜୟନ୍ତଙ୍କ ପରିବାର ଲୋକଙ୍କୁ ଡାକିଥିଲେ। ଏଥିସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟନ୍ତ। ପୁଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42 ° C
    42 °
    42 °
    17 %
    4.3kmh
    19 %
    Mon
    42 °
    Tue
    42 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ