Sunday, October 18, 2026
23.2 C
Odisha

    ଗଣେଶ ପୂଜା ଚାନ୍ଦା ନ ଦେବାରୁ ୨ଟି ବାଇକ ଜାଳିଦେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଗଣେଶ ପୂଜା ଚାନ୍ଦା ନ ଦେବାରୁ ୨ଟି ବାଇକ ଜାଳିଦେଲେ ଦୁର୍ବୃତ୍ତ। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି କ୍ଷେତରାଜପୁର ଥାନା ଅର୍ନ୍ତଗତ ଦୁର୍ଗାପାଲିରେ ରହୁଥିବା ଜୟନ୍ତ ମେହେର। ଗତ ମଙ୍ଗଳବାର ଜୟନ୍ତ ମେହେରଙ୍କ ଘରକୁ ଚାନ୍ଦା ମାଗିବାକୁ କିଛି ଜଣ ବ୍ୟକ୍ତି ଆସିଥିଲେ। ହେଲେ ଜୟନ୍ତ ଚାନ୍ଦା ଦେବାକୁ ମନା କରିଥିଲେ। ଏହାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ପରେ ଚାନ୍ଦା ମାଗିବାକୁ ଆସିଥିବା ଲୋକମାନେ ପଳାଇଯାଇଥିଲେ। ପରେ ଗତକାଲି ବିଳମ୍ବିତ ସେହି ବ୍ୟକ୍ତିମାନେ ଆସି ଦୁଇଟି ଗାଡ଼ିରେ ନିଆଁ ଲଗାଇଦେଇଥିବା ଜୟନ୍ତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଦୁଇଟି ଗାଡ଼ି ଜଳୁଥିବା ଦେଖି ଜୟନ୍ତଙ୍କ ପରିବାର ଲୋକଙ୍କୁ ଡାକିଥିଲେ। ଏଥିସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟନ୍ତ। ପୁଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ