Tuesday, October 13, 2026
24.3 C
Odisha

    ଓଡ଼ିଶାରେ ମୋଦୀ: ବିଜୟ ମନ୍ତ୍ର ଦେଲେ, ୩୮ବର୍ଷ ପରେ ପାର୍ଟି ଅଫିସ ଆସି ଭାବବିହ୍ବଳ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନ‌େରନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ସଂଧ୍ୟା ସାଢ଼େ ୬ଟାରେ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ସେ ମାଷ୍ଟରକ୍ୟାଣ୍ଟିନ ହୋଇ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ମୋଦୀ ସେଠାରେ ପ୍ରାୟ ୨ଘଣ୍ଟା ରହିଥିଲେ। ଅଧଘଣ୍ଟାରୁ ଅଧିକ ସମୟ ନିର୍ବାଚନ ରଣନୀତି ନେଇ ରାଜ୍ୟ ସଭାପତି ଓ ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ।
    ପ୍ରଥମ ପର୍ଯ୍ୟାୟରେ କେତେ ଆସନ କାହା ସପକ୍ଷରେ ଯାଇଥିବା ସର୍ଭେ କହୁଛି ବୋଲି ମୋଦୀ ପଚାରି ବୁଝିଥିଲେ। ଏହାସହ ପ୍ରଚାର କିପରି ଚାଲିଛି, ବୁଥ୍‌ ମ୍ୟାନେଜମେଣ୍ଟ କିପରି ହେଉଛି, କେଉଁ ଆସନ ପାଇଁ ଅଧିକ ପ୍ରଚାର ଆବଶ୍ୟକ ପଡ଼ୁଛି, ସରକାର ଗଢ଼ିବା ପାଇଁ ରାଜ୍ୟ ନେତୃତ୍ବ କ’ଣ ଆବଶ୍ୟକ କରୁଛନ୍ତି ସବୁ ପଚାରି ବୁଝିବା ସହ ଆଗାମୀ ତିନି ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ପାଇଁ କ’ଣ କ’ଣ କରିବାକୁ ହେବ ସେନେଇ ଗୁରୁ ମନ୍ତ୍ର ଦେଇଥିଲେ। ଏହି ଅବସରରେ ମୋଦୀ କହିଥିଲେ ଯେ ଯେଉଁମାନେ ଏଥର ଟିକେଟ ନପାଇ ଦଳକୁ ମଜବୁତ୍ କରିବାକୁ କାର୍ଯ୍ୟ କରୁଛନ୍ତି ସେମାନେ ପ୍ରଶଂସନୀୟ। ସମସ୍ତେ ଏହିଭଳି ମିଳିମିଶି ଉଦ୍ୟମ କଲେ ଏଥର ନିଶ୍ଚିତ ସରକାର ଗଢ଼ିବା ବୋଲି ମୋଦୀ କହିଛନ୍ତି। ମୋଦୀ କହିଥିଲେ, ମୁଁ ୧୯୮୬ରେ ସଂଗଠନ ଦାୟିତ୍ବରେ ଥିବାବେଳେ ପାର୍ଟି ଅଫିସ୍ ଆସିଥିଲି। ସେତେବେଳେ କେଉଁ ନେତାଙ୍କ ସହ କ’ଣ ଆଲୋଚନା କରିଥିଲେ ତାହାକୁ ମନେପକାଇ ଭାବବିହ୍ବଳ ହୋଇଯାଇଥିଲେ।

    ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପସଭାପତି ଗୋଲକ ମହାପାତ୍ର ଓ ବିଭିନ୍ନ ନିର୍ବାଚନ ମଣ୍ଡଳ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ପରେ ମୋଦୀ ରାଜଭବନ ଅଭିମୁଖେ ଯାଇଥିଲେ। ସେଠାରେ ରାତ୍ରିଯାପନ କରିଛନ୍ତି। ସୋମବାର ସକାଳେ ପ୍ରଧାନମନ୍ତ୍ରୀ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବେ। ଏହାପରେ ସକାଳ ୮ଟାରେ ଏକ ରୋଡ୍‌‌ ସୋ’ କରିବେ। ସେଠାରୁ କଟକ ଓ ଅନୁଗୁଳ ଯାଇ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    78 %
    0.4kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ