Tuesday, October 13, 2026
24.3 C
Odisha

    ଝରିଗାଁ ବ୍ଳକରେ ବହୁ ଗ୍ରାମକୁ ସଂଯୋଗ ହୋଇନାହିଁ ପକ୍କା ରାସ୍ତା: ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ଭରଷା

    ଆଗକୁ ପଢନ୍ତୁ

    ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଆଦିବାସୀ ଗ୍ରାମଗୁଡିକରେ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇନଥିବା ବେଳେ ଆଉ କିଛି ଉପାନ୍ତ ଗ୍ରାମଗୁଡିକରେ ରାସ୍ତା ନିର୍ମାଣ ହୋଇନାହିଁ। ଆଗକୁ ବର୍ଷା ଦିନ ଥିବାବେଳେ ଏହି ଗ୍ରାମଗୁଡିକୁ ବର୍ଷା ଦିନମାନଙ୍କରେ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଶେଷରେ ଗ୍ରାମର ରୋଗୀ ଏବଂ ଗର୍ଭବତୀମହିଳାମାନଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଏ। ବର୍ଷା ଦିନ ଗୁଡିକରେ ଏହିଭଳି ଘଟଣା ଝରିଗାଁ ବ୍ଳକରେ ସାଧାରଣ ଘଟଣା ପାଲଟି ଥାଏ। ବାରମ୍ବାର ଏହିଭଳି ଘଟଣା ଘଟିବା ପରେ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି। ଝରିଗାଁ ବ୍ଲକରେ ମୋଟ ୨୩ ଗ୍ରାମ ପଞ୍ଚାୟତ ରହିଥିବାବେଳେ ମୋଟ ୧୧୧ଗୋଟି ରାଜସ୍ବ ଗ୍ରାମ ଓ ୩୬୫ ଗୋଟି ପଡା ଗ୍ରାମ ରହିଛି। ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକରେ ଶତକଡା ୬୨.୩୭ ଭାଗ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ବିଶେଷ କରି ବିଭିନ୍ନ ପଞ୍ଚାୟତର ସୀମାନ୍ତରେ ସଂରକ୍ଷିତ ଜଙ୍ଗଲରେ ରହିଥିବା ଆଦିବାସୀ ଗ୍ରାମଗୁଡିକୁ ରାସ୍ତା ନଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ପ୍ରକାରେ ଝରିଗାଁ ବ୍ଲକର ୧୦ଗୋଟି ପଞ୍ଚାୟତର ୪୬ଗୋଟି ପଡା ଗ୍ରାମକୁ ପ୍ରଶାସନ ପକ୍ଷରୁ ଭଲ ରାସ୍ତାଟିଏ ନଥିବାବେଳେ ନଦୀ ଓ ନାଳରେ ପୋଲ ନିର୍ମାଣ ହୋଇନାହିଁ।
    ଫଳରେ ବର୍ଷା ଦିନମାନଙ୍କରେ ୧୨୨୯ ପରିବାରର ପ୍ରାୟ ୬ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଝରିଗାଁ ପଞ୍ଚାୟତର ଧଡକାଝରନ, ଆମ୍ବାଦୋରା, କୁସୁମପାଣି, କଟନାପାଣି, ମଣ୍ଡାଡଙ୍ଗାରି, ପୋଡ଼ପଦର୍, ଝଲିଆଗୁଡା ଓ ସମରଚଚରା ଗ୍ରାମକୁ ଭଲ ରାସ୍ତା ନଥିବା ସୂଚନା ମିଳିଛି। ସେହିପରି ଚକଲାପଦର ପଞ୍ଚାୟତର ଜାମକୋଟ, କୁସୁମବାହାଲ, ସର୍ଗିପାନି, ମରାଘାଟ, ଗାଡିଆଝୋଲା, ଧରାକୋଟ, ଇଚ୍ଛାପୁର ପଞ୍ଚାୟତର ମହୁଲ୍ କୋଟ, କରାଡଙ୍ଗରୀ, ଗୁରୁସିଙ୍ଗା ପଞ୍ଚାୟତର ବାଇଁକାଧୋଡ଼ି, ବନୁଗୁଡ଼ା, ପୁରୁଣା ଡାବାଗୁଡ଼ା, ଝରିଆନାଲ, ସେମଳିମୁଣ୍ଡା, ଖଇରପେଟ, ମଇନପଦର କୁଟ୍ରିଛାପର ପଞ୍ଚାୟତର ରଣ୍ଡାସାହି, ସର୍ଗିପାନି, ବାଘବେଡା, ରନ୍ଦାସାହି, ଧାମନାଗୁଡା ପଞ୍ଚାୟତର ଗଣ୍ଡାଗୁଡ଼ା, ବେଲଗାଁ ପଞ୍ଚାୟତର ଭାଇଁଷlପଡ଼ା, ତେଲନଦୀ ପଞ୍ଚାୟତର ବାଘସାହି, ଲାଲୁସାହି, ମର୍ଚିମାଲ୍, କୁନିନାଲ୍, ଭାଲୁଡ଼ଙ୍ଗରି, ଗଦଗଦା, ଜୟସାହି , କର୍ପନଧରା,ଡକରିବେଡା ପାଲିଆ ପଞ୍ଚାୟତର କକଡାକବାଡି, ମୋତିବନ୍ଧଗୁଡା, ସତୀଘାଟଗୁଡା, ପୋଲୁଗୁଡା, ଡୁମରପଦର, କନ୍ଧଗୁଡା ଓ ଟିପାଗୁଡ଼ା ଭଳି ବହୁ ଗ୍ରାମରେ ଭଲ ରାସ୍ତା ନଥିବା ସୂଚନା ମିଳିଛି।

    ତେବେ ଏହି ସବୁ ଗ୍ରାମରେ ଭଲ ରାସ୍ତା ନଥିବା ଯୋଗୁଁ ବିଶେଷ କରି ବର୍ଷା ଦିନମାନଙ୍କରେ ଆମ୍ବୁଲାନ୍ସ ଗାଁ ନିକଟକୁ ପହଞ୍ଚି ପାରିନଥାଏ। ଫଳରେ ଗ୍ରାମର ରୋଗୀ ଏବଂ ଗର୍ଭବତୀମାନଙ୍କୁ ଷ୍ଟ୍ରେଚର, ଖଟିଆ କିମ୍ବା ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପାଇଁ ପଡିଥାଏ।ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି।ସେହିପରି ନିଜ ନିଜ ଗ୍ରାମ ପଞ୍ଚାୟତ ସଦରକୁ ହିତାଧିକାରୀମାନେ ଚାଉଳ ପାଇଁ ଏବଂ ପେନସନ ଭୋଗିମାନେ ଭତ୍ତା ସକାଶେ ଯିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବର୍ଷା ପୂର୍ବରୁ ସେହି ଗାଁମାନଙ୍କ ରାସ୍ତାଗୁଡିକର ଉନ୍ନତିକରଣ ତଥା ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଲୋକେ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    78 %
    0.4kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ