Sunday, October 18, 2026
24.8 C
Odisha

    ଜିଓ, ଏୟାର ଟେଲର ବଢ଼ିଲା ଚିନ୍ତା, ଗୌତମ ଅଦାନୀ ଆଣି‌ବେ ୫ଜି ଇଣ୍ଟରନେଟ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କୁ ନେଇ ବିଭିନ୍ନ ଖବର ଆସିବାରେ ଲାଗିଛି। ସମ୍ପ୍ରତି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୌତମଙ୍କ କମ୍ପାନୀ ୫ଜି ଇଣ୍ଟରନେଟ୍ କୁ ନେଇ କାମ କରୁଛି। ଏହି ଖବର ପ୍ରକାଶ ପାଇବା ପରେ ଜିଓ ଏବଂ ଏୟାରଟେଲର ଚିନ୍ତା ବଢ଼ିବାରେ ଲାଗିଛି। ଗୌତମଙ୍କ କମ୍ପାନୀ ଖୁବ୍ ଶୀଘ୍ର ଇଣ୍ଟରନେଟ୍ ସର୍ଭିସ୍ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି। ଭାରତରେ ପରବର୍ତ୍ତୀ ସ୍ପେକ୍ଟ୍ରମ୍ ନିଲାମ ୨୦ ମେ‘କୁ ଆରମ୍ଭ ହେବାକୁ ଯାଉଛି। ଡଟ୍ ଏନେଇ ମାର୍ଚ୍ଚ ୮ରେ ‌ନୋଟିସ ମଧ୍ୟ ଜାରି କରି ସାରିଛି। ଗତ ସ୍ପେକ୍ଟ୍ରମ୍ ନିଲାମରେ ଗୌତମ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ରିପୋର୍ଟରେ କୁହାଯାଇଛି ଆଗାମୀ ସ୍ପେକ୍ଟ୍ରମ୍ ନିଲାମ ଗୌତମଙ୍କ ନଜର ୫ଜି ଇଣ୍ଟରନେଟ୍ ରହିଛି।
    ନିଜ କମ୍ପାନୀ କର୍ମଚାରୀଙ୍କ ସହିତ ଏକ ବୈଠକରେ ଗୌତମ କହିଥିଲେ ଯେ ସେ ନିଜର ଡାଟା ସେଣ୍ଟରର ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି। ଏହା ସହିତ ତାଙ୍କ କମ୍ପାନୀ ଏଆଇ-ଏମଏଲ ଏବଂ ଇଣ୍ଡଷ୍ଟ୍ରିଆଲ କ୍ଲାଉଡ୍ କ୍ୟାପାବିଲିଟି ଉପରେ ମଧ୍ୟ କାମ କରିବାକୁ ଚିନ୍ତା କରୁଛନ୍ତି।

    ଗୌତମଙ୍କ କମ୍ପାନୀ ନୂଆ ଡିଜିଟାଲ ରଣନୀତି ଉପରେ ଯୋଜନାବଦ୍ଧ ଭାବେ କାମ କରୁଥିବା କୁହାଯାଉଛି। କ୍ବାଲକମ୍ ର ସିଇଓ କ୍ରିଷ୍ଟିଆନୋ ଆମୋନ କିଛି ଦିନ ତଳେ ଭାରତ ଆସିଥିଲେ। ‌ ସେତେବେଳେ ତାଙ୍କର ସାକ୍ଷାତ୍ ଗୌତମଙ୍କ ସହିତ ହୋଇଥିଲା। ଏହାକୁ ନେଇ ଗୌତମ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ପ୍ରଦାନ କରିଥିଲେ। ଏହାକୁ ନେଇ ମଧ୍ୟ କୁହାଯାଉଛି ଗୌତମ ଖୁବ୍ ଶୀଘ୍ର ନୂଆ କମ୍ପାନୀ ଆଣିବାକୁ ଯାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ