Saturday, September 19, 2026
25.4 C
Odisha

    ମାଲକାନଗିରିରେ ବିଜେଡିକୁ ଶକ୍ତ ଝଟକା: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୨୦ରୁ ଊର୍ଦ୍ଧ୍ବ ତୁଙ୍ଗନେତା

    ଆଗକୁ ପଢନ୍ତୁ

    ମାଲକାନଗିରି: ଚିତ୍ରକୋଣ୍ଡା ବିଜେଡି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ଶୁକ୍ରବାର ମାଲକାନଗିରି ଜିଲ୍ଲାରେ ପହଞ୍ଚିବା ପରେ ଗୋବିନ୍ଦପାଲ୍ଲୀ ଠାରେ ଭବ୍ୟ ସ୍ବାଗତ କରାଯାଇଥିଲା।କିନ୍ତୁ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ମାଥିଲି ଓ ଚିତ୍ରକୋଣ୍ଡାରେ ବିଜେଡିକୁ ଶକ୍ତ ଝଟକା ଲାଗିଛି। ଲକ୍ଷ୍ମୀପ୍ରିୟାଙ୍କୁ ବିଜେଡି ଟିକେଟ ଦିଆଯିବାର ପ୍ରତିବାଦରେ ତୃଣମୂଳ ସ୍ତରର ବହୁ କର୍ମୀ ସାମୁହିକ ଇସ୍ତଫା ଦେଇଛନ୍ତି। କର୍ମୀମାନେ ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି। ଏଥିରେ ଜଣେ ବିଧାୟକଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି।ସେହିପରି ୨ ଜଣ ବ୍ଲକ ଅଧ୍ୟକ୍ଷ, ୨ ଜଣ ବ୍ଲକ ଉପାଧ୍ୟକ୍ଷ, ୬ ଜଣ ସରପଂଚ ଓ ୭ ଜଣ ସମିତି ବିଜେପିରେ ମିଶିଛନ୍ତି। ମୋଟ କହିବାକୁ ଗଲେ ବିଜେଡିର ୨୦ରୁ ଅଧିକ ତୁଙ୍ଗ ନେତା ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଏମାନେ ବିରୋଧ କରୁଥିଲେ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଦେବା ନେଇ ବିଜେଡି ଦଳରେ ଦ୍ବନ୍ଦ ଲାଗି ରହିଥିଲା। ବହୁ ବାଦବିବାଦ ପରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦଳ ପ୍ରାର୍ଥିନୀ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    87 %
    1.2kmh
    100 %
    Fri
    25 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ