Saturday, September 12, 2026
25.9 C
Odisha

    ବିଜେଡିରେ ମିଶିଲା ବେଳେ କାନ୍ଦି ପକାଇଲେ ଇରାନୀ ରାୟ । କହିଲେ, ବିଜେପିରେ ମୋତେ ନ୍ୟାୟ ମିଳିନି…

    ଆଗକୁ ପଢନ୍ତୁ

    ବିଜେଡିରେ ମିଶିଲେ ନୟାଗଡର ବିଜେପି ନେତ୍ରୀ ଇରାନୀ ରାୟ । ବିଜେପି ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ବିଜେଡିରେ ହେଲେ ସାମିଲ । ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିର ହାତ ଧରିଛନ୍ତି ଇରାନୀ ରାୟ । ତେବେ ମିଶ୍ରଣ ପର୍ବରେ ଭାଷଣ ଦେଲା ବେଳେ କାନ୍ଦି ପକାଇଛନ୍ତି ଇରାନୀ । ବିଜେପିର ଅଣଦେଖା କଥା କହିଲା ବେଳେ ଇରାନୀଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।ତେବେ ବିଜେପିର ଉପରେ ବର୍ଷିବା ସହ ଇରାନୀ କହିଛନ୍ତି, ୮ରୁ ୯ ବର୍ଷ ହେବ ମୁଁ ରାଜନୀତିରେ ଅଛି। ବିଜେପି ପାଇଁ ମୁଁ ମୋର ୧୦୦ ପ୍ରତିଶତ ଦେଇଛି ହେଲେ ମୋତେ ନ୍ୟାୟ ମିଳିନି କି ମୋର କର୍ମୀଙ୍କୁ ଉଚିତ ସମ୍ମାନ ମିଳିନି । ମୋ ସହ ଅନ୍ୟାୟ ହୋଇଛି । ନୟାଗଡରେ ବିଜେପି ବୋଲି କିଛି ନଥିଲା। ସମସ୍ତେ କଂଗ୍ରେସ ଛାଡି ବିଜେପି ସହ ସଂଗଠିତ ହୋଇଥିଲେ। ତାକୁ ନେଇ ଆମେ କାର୍ୟ୍ୟ କରୁଥିଲୁ। ହେଲେ ସମ୍ମାନ ମିଳିଲାନି। ମୁଁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ବିଜେଡିରେ ମିଶିଲି। ଟିକେଟ ପ୍ରତି ମୋର ଆଶା ନାହିଁ। ମୁଁ ଦଳ ପାଇଁ କାମ କରିବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    97 %
    Sat
    25 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ