Saturday, April 27, 2024
31.8 C
Odisha

    ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରଣବ ପ୍ରକାଶ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିବା ଚର୍ଚ୍ଚା!

    ଆଗକୁ ପଢନ୍ତୁ

    ସମ୍ବଲପୁର ଲୋକସଭା ଆସନରୁ, ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ନବୀନ ନିବାସରେ ବସିଥିବା ବୈଠକରେ ପ୍ରଣବଙ୍କୁ ସାଂସଦ ପ୍ରାର୍ଥୀ କରିବା ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । କୁହାଯାଉଛି,ଆଜିର ବୈଠକରେ ସାମିଲ ହୋଇଥିବା ଦଳୀୟ ନେତାମାନଙ୍କୁ ଏଥିପାଇଁ କାର୍ଯ୍ୟକ୍ରମ କରିବାକୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ପ୍ରଣବ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେଲେ, ଏକ ବଡ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି ।

    କାରଣ, ସମ୍ବଲପୁର ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରାର୍ଥୀ ହେବା ଏକ ପ୍ରକାର ଚୂଡାନ୍ତ ହୋଇସାରିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାଛଡା ଗତ କିଛି ମାସ ହେବ ଧର୍ମେନ୍ଦ୍ରଙ୍କ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଏହି ଚର୍ଚ୍ଚାକୁ ବଳ ଯୋଗାଉଛି । ଏହା ଭିତରେ ଧର୍ମେନ୍ଦ୍ର ବାରମ୍ବାର ସମ୍ବଲପୁର ଗସ୍ତ କରୁଛନ୍ତି । ପ୍ରଣବ ପ୍ରକାଶ ଦାସ ମଧ୍ୟ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବେଶ ସକ୍ରିୟ ଅଛନ୍ତି । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନେବା ପରେ ସେ ଆହୁରି ସକ୍ରିୟ ହୋଇଛନ୍ତି । ସଂସଦୀୟ କ୍ଷେତ୍ର ଅଧିନରେ ଥିବା, ସମସ୍ତ ବିଧାନସଭା କ୍ଷେତ୍ରକୁ ଗସ୍ତ କରି ବୈଠକ କରୁଛନ୍ତି । ତେଣୁ ଉଭୟ ହେଭିୱେଟ ହୋଇଥିବାରୁ ଏଥର ସମ୍ବଲପୁରରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି । ହେଲେ, ବିଜେଡି କି ବିଜେପି କୌଣସି ଦଳ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.8 ° C
    31.8 °
    31.8 °
    30 %
    1.9kmh
    27 %
    Sat
    33 °
    Sun
    43 °
    Mon
    44 °
    Tue
    44 °
    Wed
    45 °

    ସମ୍ବନ୍ଧିତ