Sunday, April 5, 2026
29 C
Odisha

    ମୋଦୀଙ୍କ ୩.୦ କ୍ୟାବିନେଟରେ‌ କିଛି ବି ଦାବି ରଖିନାହାନ୍ତି ଚିରାଗ ପାସୱାନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଏଥିପାଇଁ ଆଜି ଏନଡିଏର ବୈଠକ ଡକାଯାଇଛି । ଏନଡିଏ ବୈଠକରେ ମନ୍ତ୍ରୀମଣ୍ଡଳର ରୂପରେଖ କଣ ରହିବ ଏବଂ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନା ହୋଇପାରେ । ତେବେ ଏହି ଏନଡିଏ ବୈଠକ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ସଂସଦୀୟ ଦଳ ବୈଠକ ବସିଛି । ଯେଉଁଥିରେ ଚିରାଗ ପାସୱାନଙ୍କୁ ସଂସଦୀୟ ନେତା ବାଛିଛନ୍ତି ଦଳୀୟ ସାଂସଦ ।

    ତେବେ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୨ଟି ମନ୍ତ୍ରୀପଦ ଦାବି କରୁଛନ୍ତି ଚିରାଗ। ମାତ୍ର ଏ କଥାକୁ ନେଇ ସେ ଏବେ ଭିନ୍ନ ମତ ରଖିଛନ୍ତି। ଚିରାଗ କହିଛନ୍ତି ଯେ ମୋଦୀଙ୍କ ୩.୦ କ୍ୟାବିନେଟରେ‌ ସେ କୌଣସି ପଦ ଦାବି କରିନାହାନ୍ତି।
    ଲୋକସଭା ନିର୍ବାଚନର ଫଳାଫଳ ବାହାରି ସାରିଥିବା ବେଳେ  ଚିରାଗ ପାସୱାନଙ୍କ ଦଳ ଏଲଜେପି (ଆର) ୫ଟି ସିଟରେ ନିର୍ବାଚନ ଲଢିଥିବା ବେଳେ ୫ଟି ଆସନରେ ବିଜୟୀ ହୋଇଛି। ତେଣୁ ଏନଡିଏ ସରକାରରେ ଚିରାଗ ପାସୱାନଙ୍କ ଦବଦବା ଯଥେଷ୍ଟ ଅଧିକ ରହିବ ବୋଲି ଅନୁମାନ ଲଗାଇ ଏପରି ଏକ ଚର୍ଚ୍ଚା ହେଉଥିଲା। ମାତ୍ର ସେ ଚର୍ଚ୍ଚାରେ ଏବେ ବିରାମ ଚିହ୍ନ ଲଗାଇଛନ୍ତି ନିଜେ ଚିରାଗ।

    କେବଳ ଏଲଜେପି (ଆର) ନୁହେଁ ବରଂ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ନିଜର ଦଳୀୟ ସାଂସଦଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକ ପରେ ନିଜ ସାଂସଦଙ୍କ ସହ ଏନଡିଏ ବୈଠକରେ ଯୋଗଦେବେ ଉଭୟ ଦଳର ନେତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    0.6kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ