Friday, July 18, 2025
33.4 C
Odisha

ଇଂନିସ ଓ ୬୪ରେ ଇଂଲଣ୍ଡକୁ ପରାସ୍ତ କଲା ଭାରତ: ୪-୧ରେ ସିରିଜ ହାତେଇଲା ରୋହିତ ବାହିନୀ

ଆଗକୁ ପଢନ୍ତୁ

ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ମ୍ୟାଚରେ ବଡ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚରେ ଭାରତ ଗୋଟିଏ ଇଂନିସ ୬୪ ରନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ୫ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୪-୧ରେ ଅକ୍ତିଈର କରିଛି । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୯ଟି ୱିକେଟ ହାସଲ କରିଛନ୍ତି ।ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ଦଳ ବିଫଳ ହୋଇଥିଲା । ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲେ ସର୍ବାଧିକ ୭୯ ରନ କରିଥିବା ବେଳେ ଭାରତ ପକ୍ଷରୁ ଅଶ୍ୱିନୀ ୪ ଓ କୁଲଦୀପ ୫ଟି ୱିକେଟ ନେଇଥିଲେ ।ସେହିପରି ଭାରତ ତାର ପ୍ରଥମ ଇଂନିସରେ ଧୂଆଁଧାର ବ୍ୟାଟିଂ କରି ବଡ ସ୍କୋର କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୧୦୩, ଶୁଭମନ ଗିଲ ୧୧୦, ଦେବଦତ୍ତ ପାଡିକଲ ୬୫, ଜୟସ୍ୱାଲ ୫୭ ଓ ସର୍ଫରାଜ ଖାନ ୫୬ ରନ କରିଥିଲେ । ଫଳରେ ଦଳ ୪୭୭ ରନ କରିଥିଲା । ହେଲେ ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସରେ ମାତ୍ର ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଗୋଟିଏ ଇଂନିସ ୬୪ ରନରେ ବିଜୟ ହାସଲ କରିଥିଲା ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
33.4 ° C
33.4 °
33.4 °
58 %
0.6kmh
98 %
Fri
33 °
Sat
31 °
Sun
28 °
Mon
30 °
Tue
31 °

ସମ୍ବନ୍ଧିତ