Wednesday, October 23, 2024
21.7 C
Odisha

    ବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୌସୁମୀ ବର୍ଷା ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା ବୈଠକ ପରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ତଥା ଉନ୍ନୟନ କମିଶନର ଆନୁଗର୍ଗଙ୍କ ସୂଚନା। ନଦୀ ବନ୍ଧ ଗୁଡ଼ିକୁ ଅଧିକ ସୁଦୃଢ଼ୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ଦୁର୍ବଳ ନଦୀ ବନ୍ଦ ଉପରେ ନଜର ରଖିବା ସହ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି ପାଇଁ ପଦକ୍ଷେପ ନିଆଯିବ। ତହସିଲଦାର ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଏ ଦିଗରେ ମିଲିତ ଭାବେ କାମ କରୁଛନ୍ତି। ବନ୍ୟା ଆସିବା ପୂର୍ବରୁ ସବୁ ଡ୍ୟାମରେ ମକ ଡ୍ରିଲ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏବେଠୁ ବନ୍ୟା ନିୟନ୍ତ୍ରଣ ସେଲ ୨୪ ଘଣ୍ଟା କାମ କରିବ। ଅଫିସର ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ବାଦ ବିଳମ୍ବିତ ପ୍ରକଳ୍ପ କାମ କୁ ତ୍ୱରାନ୍ୱିତ ପାଇଁ ବି ପରାମର୍ଶ ଦିଆଯାଇଛି। ବନ୍ୟା ନିୟନ୍ତ୍ରଣ ନୀତି ଆଣିବାକୁ ଯେଉଁ ସଂକଳ୍ପ ପତ୍ର ଜାରି କରାଯାଇଛି ସେ ଦିଗରେ ଏବେଠୁ କାମ ଆରମ୍ଭ ହେବ ବୋଲି ଉନ୍ନୟନ କମିଶନ ଅନୁ ଗର୍ଗ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ