Thursday, September 10, 2026
26.1 C
Odisha

    ମଞ୍ଚ ଉପରେ ମୁହଁମାଡ଼ି ପଡ଼ିଲେ ଆକାଶ ଅମ୍ବାନୀଙ୍କ ପୁଅ ପୃଥ୍ବୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଏବେ ପତି-ପତ୍ନୀ ବନି ସାରିଛନ୍ତି। ସେମାନଙ୍କ ବିବାହରେ ବହୁ ବଡ଼ ବଡ଼ ବ୍ୟକ୍ତିତ୍ବ ପହଞ୍ଚିଥିଲେ। ବଲିଉଡ୍‌ର ଅନେକ ତାରକା‌ଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ଏବେ ବିବାହ ଶେଷ ହୋଇଥିଲେ ବି ବିବାହ କାର୍ଯ୍ୟକ୍ରମ ସମୟର ଅନେକ ଭିଡିଓ ସାମ୍ନାକୁ ଆସିଛି। ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହତା ଅମ୍ବାନୀଙ୍କ ପୁଅ ପୃଥ୍ବୀ ଅମ୍ବାନୀ ନଜର ଆସୁଛନ୍ତି। ଭିଡିଓରେ ସେ ମଞ୍ଚ ଉପରକୁ ଆସିବା ପରେ ତଳେ ମୁହଁମାଡ଼ି ପଡ଼ିଯାଉଥିବା ଦେଖାଯାଇଛି।

    ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଅମ୍ବାନୀ ପରିବାର ରାଧିକା-ଅନନ୍ତଙ୍କ ସହ ଛିଡ଼ା ହୋଇଥିବା ଦେଖାଯାଇଛି। ସମସ୍ତେ ଉପସ୍ଥିତ ଅତିଥିଙ୍କୁ କିଛି ନା କିଛି କହୁଥିବା ବେଳେ ନୀତା ଅମ୍ବାନୀ ନିଜ ନାତି ପୃଥ୍ବୀ ଅମ୍ବାନୀଙ୍କୁ ମଞ୍ଚ ଉପରକୁ ଡାକୁଛନ୍ତି। ଖୁସି ହୋଇ ପୃଥ୍ବୀ ମଞ୍ଚ ଉପରକୁ ଦୌଡ଼ି ଯାଉଥିବା ବେଳେ ତାଙ୍କ ଗୋଡ଼ ଖସିବାରୁ ସେ ତଳେ ପଡ଼ିଯାଉଛନ୍ତି। ଏହା ପରେ ତୁରନ୍ତ ଉଠିପଡ଼ି ସେ ଜେଜେମା’ ନୀତା ଅମ୍ବାନୀଙ୍କ ହାତରୁ ମାଇକ୍ ନେଇ ଉପସ୍ଥିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୟଶ୍ରୀକ୍ରିଷ୍ଣା କହୁଛନ୍ତି। ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    89 %
    1.4kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ