Wednesday, October 7, 2026
22.1 C
Odisha

    ସଂଗୀତ ନାଟକ ଏକାଡେମୀ ର ଅନିୟମିତତା; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ

    ଆଗକୁ ପଢନ୍ତୁ

     ଓଡିଶା ସଂଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଏକ ସ୍ୱୟଂ ଚାଳିତ ସଂସ୍ଥା ଓ ସରକାରଙ୍କ ଶହେ ପ୍ରତିଶତ ଅନୁଦାନ ଦ୍ୱାରା ପରିଚାଳିତ l 1860 ସୋସାଇଟି ଆଇନ ଦ୍ୱାରା ରେଜିଷ୍ଟ୍ରିଭୁକ୍ତ ସଂସ୍ଥା ହେଇ ଥିବାରୁ ଏହାର ସାଧାରଣ ପରିଷଦ ର ଅନୁମୋଦନ ରେ ସରକାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥାନ୍ତି ଓ କାର୍ଯ୍ୟକାରିଣୀ ସମିତି ଦ୍ୱାରା ଏକାଡେମୀ ପରିଚାଳନା ହୋଇ ଥାଏ l ଏହାର ସାଧାରଣ ପରିଷଦ କାର୍ଯ୍ୟକ୍ଷମ ଅଛି ଓ ଆସନ୍ତା ଫେବୃଆରୀ 2027 ରେ ତିନି ବର୍ଷ ର କାର୍ଯ୍ୟକାଳ ପୂରଣ ହେବ lକିନ୍ତୁ ଦୀର୍ଘ ଦିନ ଧରି ସରକାରଙ୍କ ସଭାପତି ନିଯୁକ୍ତି ହେଇ ନାହାନ୍ତି l ଏବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଏକାଡେମୀ ର କାର୍ଯ୍ୟକାରୀ ସଭାପତି ଅଟନ୍ତି l

     ଏକାଡେମୀରେ ଗଠିତ ହେଇଥିବା ବିଭିନ୍ନ ବିଭାଗର ଉପସମିତି ଓ ବିଶେଷଜ୍ଞ ସଭ୍ୟ ଙ୍କ ବିନା ଅନୁମୋଦନରେ ସାଂସ୍କୃତିକ ଦଳ ଓ କଳାକାର ଚୟନ କରାଯାଉଛି l
    .ଏକାଡେମୀ ସମ୍ବିଧାନ ଅନୁଯାୟୀ ନିୟମିତ ସମୟ ବ୍ୟବଧାନ ରେ ସାଧାରଣ ସଭା, କାର୍ଯ୍ୟ କାରିଣୀ ସମିତି ଓ ଅର୍ଥ ସମିତି ର ବୈଠକ ହେଉ ନାହିଁ କି ବିଗତ ବର୍ଷରେ ହୋଇଥିବା ବୈଠକ ର ସଭା ବିବରଣୀ ନକଲ ସଭ୍ୟ ମାନଙ୍କୁ ପ୍ରଦାନ କରା ଯାଉ ନାହିଁ l
    . ଏକାଡେମୀ ର ପରିଚାଳନା ବୋର୍ଡ ର ବିନା ଅନୁମୋଦନ ରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରା ଯାଇ କାର୍ଯ୍ୟ କାରି କରା ଯାଉଛି l
    . ପରିଚାଳନା ବୋର୍ଡ ଓ ସାଧାରଣ ପରିଷଦ ଅନୁମୋଦନ କରିଥିବା ସଭା ବିବରଣୀକୁ କାଟି ଦିଆଯାଇ ସଭାପତି / ବିଭାଗୀୟ ନିର୍ଦେଶକ ଙ୍କ ଅନୁମୋଦନ କରା ଯାଉଛି ଓ ସଭାପତିଙ୍କ ବିନା ଅନୁମୋଦିତ ହେଇଥିବା ବିଷୟ କାର୍ଯ୍ୟକାରୀ କରା ଯାଉଛି l
    .ଦୀର୍ଘ ଦିନ ଧରି ଆୟ, ବ୍ୟୟ ର ହିସାବ କିତାବ ଜଣେ ସ୍ୱୀକୃତିପ୍ରାପ୍ତ ଅଡିଟର ଙ୍କ ଦ୍ୱାରା ଅଡିଟ କରାଯାଇ ତାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଉ ନାହିଁ l ବିନା ଅଡିଟ ରିପୋର୍ଟ ପ୍ରାପ୍ତି ରେ ସଂସ୍କୃତି ବିଭାଗ ଲକ୍ଷ ଲକ୍ଷ ଟଙ୍କା ସାଂସ୍କୃତିକ ଅନୁଦାନ ଦେଉଛି l
    .ଦୀର୍ଘ ଦିନ ଧରି ଦୁଇ ଜଣ ଅସ୍ଥାୟୀ ଭାବରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ଡିପିସି ମାଧ୍ୟମ ରେ ସ୍ଥାୟୀ ପଦବୀ ରେ ଅବସ୍ଥାପିତ କରିବା ପାଇଁ ସାଧାରଣ ପରିଷଦ ରେ ଅନୁମୋଦନ କରା ଯାଇଥିଲେ ମଧ୍ୟ ତାହା କାର୍ଯ୍ୟ କାରି କରା ଯାଉ ନାହିଁ ଓ ସ୍ଥାୟୀ ପଦବୀ ହାର ରେ ଦରମା ପ୍ରଦାନ କରାଯାଉ ନାହିଁ l
    .ଏକାଡେମୀ ରେ ଦୀର୍ଘ ଦିନ ଧରି ମଞ୍ଜୁରୀ ପ୍ରାପ୍ତ ପଦବୀ ଗୁଡିକ ପୂରଣ କରିବାକୁ ପୂର୍ବ ରୁ ନିର୍ଦେଶାଳୟ ର ନିର୍ଦେଶ ଥିବା ସତ୍ୱେ ତାହା କାର୍ଯ୍ୟକାରୀ କରା ଯାଉ ନାହିଁ l

    ଏକାଡେମୀ ପରିଚାଳନା ବୋର୍ଡ ଓ ସାଧାରଣ ପରିଷଦ ର ବିନା ଅନୁମୋଦନ ରେ 65 ବର୍ଷ ବୟସରୁ ଉର୍ଧ୍ଵ ଦୁଇଜଣ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆ ଯାଇଛି l ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିର୍ଦେଶନାମା ଅନୁସାରେ 65 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆ ଯାଇ ପାରିବ ନାହିଁ କିନ୍ତୁ ଏହାକୁ ଉଲଂଘନ କରି ଜଣେ 71 ବର୍ଷ ବୟସ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ଦିଆ ଯାଇଛି ଓ ଦରମା ପ୍ରଦାନ କରାଯାଉଛି l ଏ ବିଷୟରେ 28 ଜଣ ସଂଖ୍ୟା ଗରିଷ୍ଠ ସଭ୍ୟ  ବିଭାଗୀୟ ମନ୍ତ୍ରୀ, ନିର୍ଦେଶକ ଓ ସଚିବଙ୍କୁ ଅବଗତ କରେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l ଏକାଡେମୀ ର ନାନାଦି କାର୍ଯ୍ୟକ୍ରମ ରେ ସାଧାରଣ ପରିଷଦ ଓ କାର୍ଯ୍ୟକାରିଣୀ ସମିତି ସହଯୋଗ କରିବା ସହିତ ବିଗତ ତିନି ବର୍ଷର ଏକାଡେମୀ ପୁରସ୍କାର ସୁଚାରୁ ରୂପେ ପରିଚାଳନା କରି ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ମଧ୍ୟ ସାଧାରଣ ପରିଷଦ କୁ ଅବହେଳା ପ୍ରଦର୍ଶନ କରିବା ଦୁଃଖ ଓ ପରିତାପର ବିଷୟ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ