Sunday, September 27, 2026
29.2 C
Odisha

    ଗୋବିନ୍ଦାଙ୍କ ଅନ୍ଧବିଶ୍ବାସ ତାଙ୍କ ଅବନତିର କାରଣ ପାଲଟିଲା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡରେ ଅଭିନୟ, ନୃତ୍ୟ ଏବଂ କମେଡି ପାଇଁ ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଅଭିନେତା ତାଙ୍କର ହିଟ୍ ଫିଲ୍ମ ପାଇଁ ଜଣାଶୁଣା। ଗୋବିନ୍ଦା ଆଜିକାଲି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ତାଙ୍କୁ ରିଆଲିଟି ସୋ’ରେ ଦେଖିବାକୁ ମିଳୁଛି। ଗୋବିନ୍ଦା ତାଙ୍କ କ୍ୟାରିୟରରେ ସଫଳ ହୋଇଥିବା ବେଳେ ଅସଫଳତା ମଧ୍ୟ ଦେଖିଛନ୍ତି। ବର୍ତ୍ତମାନ ନିର୍ମାତା ପହଲଜ ନିହଲାନି ଅଭିନେତାଙ୍କ ଅସଫଳତା ପଛର କାରଣ ଜଣାଇ ବଡ଼ ଦାବି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
    ଏକ ସାକ୍ଷାତକାରରେ ପହଲାଜ ନିହଲାନୀ କହିଛନ୍ତି ଯେ, “ସୁପରଷ୍ଟାର ହେବା ପରେ ଗୋବିନ୍ଦା ଧୀରେ ଧୀରେ ଅନ୍ଧବିଶ୍ୱାସୀ ହୋଇଗଲେ। ଏତଦ୍ ବ୍ୟତୀତ, ସେ ଟିକିଏ ନିର୍ବୋଧ ଥିଲେ। ଅନେକ ସମୟରେ ସେ କହୁଥିଲେ ଯେ ସେଟରେ ଥିବା ଝୁମର ତଳକୁ ଖସିପଡ଼ିବ। ସମସ୍ତେ ପାଖେଇ ଯାଅ। ନିଜ ଅନ୍ଧବିଶ୍ବାସ ପାଇଁ ବେଳେବେଳେ ସେ ପୂରା ଷ୍ଟାଫଙ୍କୁ ପୋଷାକ ବଦଳାଇବାକୁ କହୁଥିଲେ। କାମ କରିବାକୁ ମନା କରିବା ସହ ସୁଟିଂ ସେଟରେ ବିଳମ୍ବରେ ପହଞ୍ଚୁଥିଲେ, ଯାହା ତାଙ୍କ ପତନର କାରଣ ପାଲଟିଥିଲା। ଗୋବିନ୍ଦା କହୁଛନ୍ତି ଯେ, ତାଙ୍କୁ ହଲିଉଡ ଫିଲ୍ମର ଅଫର ମିଳିଥିଲା। ହେଲେ ଏହା ସତ ନୁହେଁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ