Thursday, September 10, 2026
27.3 C
Odisha

    ଆଗାମୀ ୧୦୦ ଦିନରେ ପ୍ରତ୍ୟେକଙ୍କ ବିଶ୍ୱାସ ଜିତିବା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ, ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏଥର ପୁଣିଥରେ ଦେଶରେ କ୍ଷମତାକୁ ଆସିବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ତେଣୁ ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀଠାରେ ବିଜେପି ରାଷ୍ଟ୍ରୀୟ ଅଧିବେଶନ କରୁଛି। ଏଥିରେ ପ୍ରାୟ ହଜାର ହାଜର ଦଳୀୟ କର୍ମକର୍ତ୍ତାଙ୍କ ସମେତ ଶୀର୍ଷ ନେତୃତ୍ୱମାନେ ଯୋଗ ଦେଇଛନ୍ତି। ଆଉ ଏହି ଅବସରରେ ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି କାର୍ଯ୍ୟକର୍ତ୍ତାମାନେ ୨୪ ଘଣ୍ଟା ଦେଶ ସେବା କରୁଛନ୍ତି। ଏଣୁ ଏଥର କେବଳ ବିଜେପି ୩୭୦ରୁ ଅଧିକ ଆସନ ଜିତିବ ବୋଲି ପୁଣିଥରେ ଦମ୍ଭୋକ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ପ୍ରଧାନମନ୍ତ୍ରୀ ଏକ ବଡ଼ ବୟାନ ମଧ୍ୟ ରଖିଛନ୍ତି।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାଧାରଣ ନିର୍ବାଚନର ସପ୍ତାହେ ପୂର୍ବରୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ଗସ୍ତ ପାଇଁ ସେ ବିଦେଶରୁ ନିମନ୍ତ୍ରଣ ପାଇଛନ୍ତି। ସେ କହିଛନ୍ତି ଯେ ଏହି ଆମନ୍ତ୍ରଣରୁ ଜଣାପଡୁଛି ଯେ ସାରା ବିଶ୍ୱ ଜାଣିସାରିଛି ବିଜେପି ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବ। ତେବେ ନିର୍ବାଚନ ଏପର୍ଯ୍ୟନ୍ତ ହୋଇ ନାହିଁ କିନ୍ତୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ପାଇଁ ମୋର ବିଦେଶରୁ ନିମନ୍ତ୍ରଣ ଅଛି। ଏହାର ଅର୍ଥ କ’ଣ? ଏହାର ଅର୍ଥ ଅନ୍ୟ ଦେଶ ମଧ୍ୟ ବିଜେପି ସରକାର କ୍ଷମତାକୁ ଫେରିବା ଉପରେ ବିଶ୍ୱାସ ରଖିଛନ୍ତି। ସେମାନେ ମଧ୍ୟ ଜାଣିଛନ୍ତି ‘ଆୟେଗା ତୋ ମୋଦୀ ହି ଆଏଗା’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି ଦାବି କରିଛନ୍ତି, ଯେ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟ ଉପରେ ପ୍ରଶ୍ନ ଉଠାଇ ସୁରକ୍ଷା ବାହିନୀର ମନୋବଳ ଭାଙ୍ଗିବାକୁ ଉଦ୍ୟମ କରଛି କଂଗ୍ରେସ।

    ତେବେ ବିଜେପିର କର୍ମୀମାନେ ପ୍ରତିଦିନ ୨୪ ଘଣ୍ଟା ଦେଶର ସେବା କରିବା ପାଇଁ କିଛି ନା କିଛି କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ଆଗାମୀ ୧୦୦ ଦିନ ହେଉଛି ନୂତନ ଶକ୍ତି, ନୂତନ ଉତ୍ସାହ, ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ଉତ୍ସାହ ସହିତ କାମ କରିବାକୁ ପଡିବ ବୋଲି ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ହେଉଛି ୧୮ ଫେବ୍ରୁଆରୀ ଏବଂ ଏହି ସମୟ ମଧ୍ୟରେ ୧୮ ବର୍ଷ ବୟସ ହୋଇଥିବା ଯୁବକମାନେ ଦେଶର ୧୮ ତମ ଲୋକସଭା ନିର୍ବାଚନ କରିବାକୁ ଯାଉଛନ୍ତି। ଆମ ସମସ୍ତଙ୍କୁ ଆଗାମୀ ୧୦୦ ଦିନ ପାଇଁ ଏକାଠି କାମ କରିବାକୁ ପଡିବ। ପ୍ରତ୍ୟେକ ନୂତନ ଭୋଟର, ପ୍ରତ୍ୟେକ ହିତାଧିକାରୀ, ପ୍ରତ୍ୟେକ ଶ୍ରେଣୀ, ସମାଜ, ଧର୍ମ, ପରମ୍ପରା ଆଦି ସମସ୍ତଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ