Monday, September 28, 2026
30.3 C
Odisha

    ‘ମା ଶବରୀ’ ଗୀତ ପାଇଁ ଗାୟିକା ମୈଥିଳୀ ଠାକୁରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ‘ମା ଶବରୀ’ ଗୀତ ଗାଇଥିବା ବିହାରୀ ଗାୟିକା ମୈଥିଳୀ ଠାକୁରଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍‌ ପ୍ରଶଂସା କରିଛନ୍ତି। ବନବାସ କାଳରେ ମା ଶବରୀ ଶ୍ରୀରାମଙ୍କୁ ଅଇଁଠା ଫଳ ଖୁଆଇ ଥିଲେ ବୋଲି ରାମାୟଣରେ ବର୍ଣ୍ଣିତ।  ମୈଥିଳୀଙ୍କ ଗୀତ ବିଷୟରେ ‘ଏକ୍ସ୍‌’ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦେଶବାସୀଙ୍କୁ ପ୍ରଭୁ ରାମଙ୍କ ଜୀବନ ସମ୍ବନ୍ଧୀୟ ଘଟଣା ସବୁ ସ୍ମରଣ କରାଇ ଦେଉଛି।

    ‘ଏକ୍ସ୍‌’ ପୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଅଯୋଧ୍ୟାରେ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ସମଗ୍ର ଦେଶରେ ଥିବା ମୋର ପରିବାରବର୍ଗଙ୍କୁ ପ୍ରଭୁ ଶ୍ରୀରାମଙ୍କ ଜୀବନ ଓ ଆଦର୍ଶ ସହିତ ସମ୍ପୃକ୍ତ ପ୍ରତ୍ୟେକ ଘଟଣା ସ୍ମରଣ କରାଇ ଦେଉଛି। ଏଭଳି ଏକ ଆବେଗିକ ଘଟଣା ଶବରୀ ସହିତ ସମ୍ପୃକ୍ତ ରହିଛି। ଶୁଣନ୍ତୁ, ମୈଥିଳୀ ଠାକୁର କେମିତି ସେ ଘଟଣାକୁ ତାଙ୍କ ସୁଲଳିତ କଣ୍ଠରେ ଗାୟନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିହାରର ବେନୀପଟ୍ଟୀରେ ଜନ୍ମିତା ମୈଥିଳୀ ଠାକୁର ତାଙ୍କ ‘ୟୁଟ୍ୟୁବ୍‌ ଚାନେଲ୍‌’ରେ  ହିନ୍ଦୀ, ଭୋଜପୁରୀ ଓ ମୈଥିଳୀ ଭାଷାରେ  ଅନେକ ଗୀତ ଗାଇ ‌ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ୨୦୨୩ ନଭେମ୍ବର ୨୦ ତାରିଖ ଦିନ ସେ ‘ୟୁଟ୍ୟୁବ୍‌ ଚାନେଲ୍‌’ରେ ଅପ୍‌ଲୋଡ୍‌ କରିଥିବା ଭଜନ ବା ଗୀତଟି ହେଉଛି: ଶବରୀ ସୱାରେ ରାସ୍ତା ଆୟେଙ୍ଗେ ରାମ ଜୀ’। ଏଥିରେ ଭଗବାନ ରାମଚନ୍ଦ୍ରଙ୍କ ପ୍ରତୀକ୍ଷାରେ ବସିଥିବା ମାତା ଶବରୀଙ୍କ କଥା ବର୍ଣ୍ଣିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ