Sunday, September 27, 2026
21.7 C
Odisha

    ଦୁର୍ଗା ମନ୍ଦିର ଲୁଟ୍‌ ଘଟଣା, ଶ୍ୱଶୁର-ଜ୍ୱାଇଁଙ୍କ ସମେତ ୪ ଗିରଫ

    ଆଗକୁ ପଢନ୍ତୁ

    କଟକ ମଧୁପାଟଣା ଥାନା ଦରଖାପାଟଣା ଦୁର୍ଗା ମନ୍ଦିର ଲୁଟ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଶ୍ୱଶୁର, ଜ୍ୱାଇଁ। ସେମାନେ ହେଉଛନ୍ତି ଶେଖ ପିରୁ ଓ ତାଙ୍କ ଜ୍ୱାଇଁ ଶେଖ ହାରୁନ।

    ୨୮ ତାରିଖ ରାତିରେ ମନ୍ଦିରରୁ ମାଆଙ୍କ ଚାନ୍ଦି ମୁକୁଟ, ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଚକ୍ଷୁ ଓ ସୁନା ମୁକୁଟ ସହ ହୁଣ୍ଡିରେ ପଡ଼ିଥିବା ଦାନ ଟଙ୍କା ଚୋରି ହୋଇଥିଲା। ଲୁଟ ପରେ ସାମଗ୍ରୀ ଗୁଡ଼ିକୁ ଜଣେ ସୁନା ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ପୁଲିସ ‌ଉକ୍ତ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ମାନଙ୍କ ଠାରୁ ସୁନା ଓ ଚାନ୍ଦି ଅଳଙ୍କାର, ଗୋଟିଏ ସ୍କୁଟି, ଦୁଇଟି ମୋବାଇଲ ସହ ଲୁଟରେ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଛି ପୁଲିସ। ପୂର୍ବରୁ ଶେଖ ପିରୁ ନାଁରେ ୧୪ ଟି ମାମଲା ରହିଥିବା ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ