Saturday, October 10, 2026
24.5 C
Odisha

    ପଶ୍ଚିମବଙ୍ଗକୁ ଓଡ଼ିଶା ଆଳୁ ମାଗିବନି, ଆମେ ମାଗି ଖିଆ ନୁହେଁ: ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମବଙ୍ଗରେ ଗତ ଦୁଇସପ୍ତାହ ହେଲା ଆଳୁଦର ଉପରମୁହାଁ। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପଶ୍ଚିମବଙ୍ଗ ସରକାର ଆଳୁ ଉପରେ ପୁଣି କଟକଣା ଲଗାଇଛନ୍ତି। ଫଳରେ ଓଡ଼ିଶା ସୀମା ନିକଟବର୍ତ୍ତୀ ଜାତୀୟ ରାଜପଥରେ ଅଟକି ରହିଥିବା ଶତାଧିକ ଆଳୁଗାଡ଼ିକୁ ପଶ୍ଚିମବଙ୍ଗ ସରକାର ଫେରାଇ ନେଇଥିଲେ। ଏଥିପାଇଁ ଏବେ ଓଡ଼ିଶାର କିଛି କିଛି ଜାଗାରେ ଆଳୁଦର ବୃଦ୍ଧି ପାଇଛି।

    ଏହାକୁ ଦେଖି ନିଜର ବିରକ୍ତି ପ୍ରକାଶ କରିଛନ୍ତି ଯୋଗଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି, “ପଶ୍ଚିମବଙ୍ଗକୁ ଓଡ଼ିଶା ଆଳୁ ଆଉ ମାଗିବନି | ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ | ଆମେ ମାଗି ଖିଆ ନୁହେଁ | ପଶ୍ଚିମବଙ୍ଗରେ ହିଁ କେବଳ ଆଳୁ ନାହିଁ | ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଛି | ଲୋକଙ୍କ ଚାହିଦା ମୁତାବକ ଏବେ ବଜାରରେ ଆଳୁ ଉପଲବ୍ଧ ଅଛି | ଆଜି ମୁଁ ୩୦ଟଙ୍କାରେ ଆଳୁ କିଣିଛି । ଯଦି କେହି ଚଢା ଦରରେ ଆଳୁ ବିକ୍ରି କରିବ ତେବେ ଚଢ଼ାଉ କରାଯିବ | ମୋତେ ଲାଗୁଛି ଆଳୁ ନଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କରିଥିବେ। ଏବେ ଆମେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢାଇବା ପାଇଁ ଯୋଜନା କରୁଛୁ। ୨୪ବର୍ଷରେ ବିଜେଡି କିଛି କଲା ନାହିଁ। ବାହାରୁ ଜଣେ ଅଫିସର ଆସିକି ଓଡ଼ିଶାରେ ରାଜୁତି କଲେ | ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି। ଆମେ ଚାହିଁଲେ ୨ମିନିଟରେ ସବୁ ବନ୍ଦ ହୋଇଯିବ | ହେଲେ ଆମେ ସେଭଳି କରିବୁ ନାହିଁ। କାରଣ ସବୁ ରାଜ୍ୟ ମିଶିକି ଚଳିବା ଦରକାର |”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ