Saturday, October 10, 2026
24.5 C
Odisha

    ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ନାମରେ ଧମକପୂର୍ଣ୍ଣ ଇମେଲ ଆସିବା ପରେ ବିମାନବନ୍ଦରରୁ ମିଳିଲା ଅଜଣା ବ୍ୟାଗ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଏବେ ଭୁବନେଶ୍ବର ବିମାନବନ୍ଦରରୁ ଏକ ଅଜଣା ବ୍ୟାଗ୍ ଜବତ କରାଯାଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ଅଜଣା ବ୍ୟାଗ୍ ମିଳିବାରୁ ସତର୍କ ହୋଇଛି ପୁଲିସ। ଏବେ ବ୍ୟଗ୍ ଭିତରେ କ’ଣ ରହିଛି, ତାହାର ଯାଞ୍ଚ କରୁଛି ସିଆଇଏସଏଫର ଟିମ୍। ଅନ୍ୟପକ୍ଷରେ ପନ୍ନୁ ନାମରେ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ପୁଲିସ କମିଶନର ଦେବଦତ୍ତ ସିଂ କହିଛନ୍ତି ଯେ, ଏଭଳି ଧମକପୂର୍ଣ୍ଣ ଅଡିଓ-ଭିଡିଓ ପାଇଁ ସ୍ଵତନ୍ତ୍ର ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ସତ ହେଉ କି ମିଛ ହେଉ ସବୁ ଅଡିଓ, ଭିଡ଼ିଓ ଓ ଧମକ ପୂର୍ଣ୍ଣ କଲ କିମ୍ବା ମେସେଜର ଯାଞ୍ଚ କରାଯାଉଛି। ଏଥିପାଇଁ ଆମର ସ୍ଵତନ୍ତ୍ର ଟିମ୍ କାମ କରୁଛି। ଧମକକୁ ଆଖି ଆଗରେ ରଖି ଏବେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ କଡ଼ା କଡ଼ି ରହିଛି। ଧମକପୂର୍ଣ୍ଣ ଅଡିଓ ଓ ଭିଡ଼ିଓ ନେଇ ଆମେ ଅଭିଯୋଗ ପାଇଛୁ। ତେଣୁ ସବୁ ଜିନିଷ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଚିନ୍ତା କରିବାର ଆବଶ୍ୟକତା ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ