Friday, September 20, 2024
23.6 C
Odisha

    ବବି, ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ ବିଶ୍ୱାଳ । କହିଲେ, ଫଟୋ ମାରିବା ପଡିଲା ମହଙ୍ଗା ।

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କ ବଡ଼ ବୟାନ। ପ୍ରଣବ ପ୍ରକାଶ ଦାସ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ ବିଶ୍ୱାଳ। ପରାଜୟକୁ ନେଇ ସିଧାସଳଖ ବବି ଦାସ ଓ ପାଣ୍ଡିଆନଙ୍କୁ ପ୍ରଭାତ ଟାର୍ଗେଟ କରିଛନ୍ତି। ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ବିଜୟ ପାଇଁ କଟକରେ ଏକ ବିଜୟ ସଭାର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ଅତ୍ୟନ୍ତ କଡ଼ା ଭାଷାରେ ପାଣ୍ଡିଆନ ଓ ବବିଙ୍କୁ ସମାଲୋଚନା କରିଥିଲେ। ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ମାଆ ହାରିବା ପଛରେ ସେମାନଙ୍କ କର୍ମଫଳ ଦାୟୀ ବୋଲି ସେ କହିଥିଲେ। ପାଣ୍ଡିଆନ ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ବୁଲିଥିଲେ। ଏହା ଦଳ ପାଇଁ ନକରାତ୍ମକ ପ୍ରଭାବ ସୃଷ୍ଟି କରିଥିଲା। ଏ ବାବଦରେ ପ୍ରଭାତ, ବିଜେଡି ସୁପ୍ରମୋଙ୍କୁ ଅବଗତ କରାଇଥିଲେ । ପ୍ରଭାତ, ପାଣ୍ଡିଆନଙ୍କୁ ନବୀନଙ୍କ ଆଗରେ ନରହି ପଛରେ ରହି ନିର୍ବାଚନା ପରିଚାଳନା କରିବାକୁ କହିଥିଲେ । ପୋଷ୍ଟରରେ ବବି ଓ ପାଣ୍ଡିଆନଙ୍କ ଫଟୋ ମାରିବା ମହଙ୍ଗା ପଡିଲା ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    93 %
    1kmh
    100 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ