Sunday, August 23, 2026
25.3 C
Odisha

    ସସପେଣ୍ଡ ହେଲେ ପ୍ରମୋଦ ଭଗତ୍ ; ଆଣ୍ଟିଂ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ମାସ ପାଇଁ ନିଲମ୍ବିତ

    ଆଗକୁ ପଢନ୍ତୁ

    ସସପେଣ୍ଡ ହେଲେ ପ୍ରମୋଦ ଭଗତ। ଆଣ୍ଟିଂ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ମାସ ପାଇଁ ନିଲମ୍ବିତ ହୋଇଛନ୍ତି। ଏହି ନିଲମ୍ବନ ତୁରନ୍ତ କାର୍ୟ୍ୟକାରୀ ହେବା ଫଳରେ ଭଗତ ଅଗଷ୍ଟ ୨୮ ତାରଖରୁ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସରୁ ବଞ୍ଚିତ ହୋଇଛନ୍ତି। ଯାହା ଭାରତର ପଦକ ସମ୍ଭାବନା ପାଇଁ ବଡ଼ କ୍ଷତି। ଟୋକିଓ ୨୦୨୦ରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରମୋଦ ଭଗତଙ୍କୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛି। ସେ ନିଶା ଔଷଧ ସେବନ କରୁଥିବା ନେଇ ଅଭିଯୋଗ ହୋଇଛି। ପ୍ରମୋଦ ଭଗତ ଭାରତୀୟ ପାରା-କ୍ରୀଡ଼ାର ମୂଳଦୁଆ। କ୍ରୀଡ଼ା ପ୍ରତି ତାଙ୍କର ସଫଳତା ଓ ସମର୍ପଣ ଭାବ ପାଇଁ ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ଏସଏଲ୩ ବର୍ଗରେ ସ୍ୱର୍ଣ୍ଣ ପଦକ ସମେତ ତାଙ୍କ କ୍ୟାରିୟରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ରହିଛି। ଏହି ବିଜୟ ପାରା ବ୍ୟାଡମିଣ୍ଟନରେ ଭାରତର ଶକ୍ତିକୁ ପ୍ରମାଣିତ କରିଥିଲା।ପାରାଲିମ୍ପିକ୍ ସଫଳତା ବ୍ୟତୀତ ଭଗତ ବିଶ୍ୱ ଚାମ୍ପିୟନଶିପ୍ ଏବଂ ଏସୀୟ ପାରା ଗେମ୍ସରେ ଏକାଧିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ୱସ୍ତରରେ ପାରା ବ୍ୟାଡମିଣ୍ଟନରେ ଭାରତର ଖ୍ୟାତି ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୨୨ରେ ସେ ପଦ୍ମଶ୍ରୀ ସମ୍ମାନ, ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ୨୦୧୯ରେ ଅର୍ଜୁନ ପୁରସ୍କାର ପାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    95 %
    0.8kmh
    100 %
    Sun
    25 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ