Saturday, September 26, 2026
24.5 C
Odisha

    ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ସହ ଧସ୍ତାଧସ୍ତିରେ ୨ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହେବା ପରେ ସେମାନଙ୍କୁ ଦିଲ୍ଲୀର ଆର୍‌ଏମ୍‌ଏଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଦୁଇ ଜଣଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ସେମାନଙ୍କ ରକ୍ତଚାପ ଏବେ ନିୟନ୍ତ୍ରଣରେ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ପୂର୍ବରୁ ଦୁହିଁଙ୍କ ଚିକିତ୍ସା କରୁଥିବା ଡକ୍ଟର ଶୁକ୍ଳା କହିଥିଲେ, ‘‘ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ହେତୁ ସେ କଷ୍ଟ ପାଉଥିବା ବେଳେ ମୁକେଶ ଉଚ୍ଚ ରକ୍ତଚାପ ହେତୁ ଅଚେତ ହୋଇ ପଡ଼ିଥିଲେ।’’ ଶୁକ୍ରବାରଠାରୁ ସେମାନଙ୍କର ହସ୍ପିଟାଲ୍‌‌ରେ ଚିକିତ୍ସା କରାଯାଉଥିଲା। ତେବେ ସେ ଦୁଇ ଜଣଙ୍କୁ ଡିସ୍‌ଚାର୍ଜ କରାଯିବା ପରେ ଏବେ ଅନ୍ୟ କୌଣସି ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ ବା ସିଧା ଘରକୁ ନିଆଯିବ; ସେ ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ।

    ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍‌ ଆ‌ମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲି ଦେଇଥିଲେ। ଫଳରେ ସେ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦେହରେ ପିଟି ହୋଇଯିବାରୁ ତଳେ ପଡ଼ି ନନାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା।

    ତା’ପରେ ସେ ଦୁହିଁଙ୍କୁ ଦିଲ୍ଲୀର ଆର୍‌ଏମ୍‌ଏଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ତେବେ ବିରୋଧୀ ଦଳ ନେତାମାନେ ଏହାକୁ ବିଜେପି‌ର ଏକ ନାଟକ ବୋଲି କହିଛନ୍ତି। ଆମ୍ବେଦକର ପ୍ରସଂଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏହି ନାଟକ ରଚିଛି ବୋଲି ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    3.1kmh
    100 %
    Fri
    25 °
    Sat
    29 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ