Tuesday, January 27, 2026
15.9 C
Odisha

    ‘ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ ସେ କହିଛନ୍ତି ଯେ, ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସମୟ । ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଗଣତନ୍ତ୍ର ଦିବସ ଆମର ମୌଳିକ ମୂଲ୍ୟବୋଧ ଏବଂ ନୀତିକୁ ମନେ ପକାଇବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ବିକଶିତ ଭାରତ ସମସ୍ତଙ୍କ ଦାୟିତ୍ୱ। ଆତ୍ମ ବିଶ୍ୱାସ ସହ ଆଗକୁ ବଢୁଛି ଭାରତ। ଦୃଢ ଅର୍ଥନୀତି ଏହି ବିଶ୍ୱାସକୁ ଦୃଢ କରିଛି। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇଛି। ଉଚିତ ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନ୍ୟାୟିକ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ଅଗାଧ ବିଶ୍ୱାସ ପ୍ରମାଣିତ ହେଲା ବୋଲି ରାଷ୍ଟ୍ରପତି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.9 ° C
    15.9 °
    15.9 °
    68 %
    2kmh
    0 %
    Tue
    31 °
    Wed
    33 °
    Thu
    32 °
    Fri
    33 °
    Sat
    32 °

    ସମ୍ବନ୍ଧିତ