Sunday, September 27, 2026
29.2 C
Odisha

    ଫେବ୍ରୁଆରି ୨୯ରେ ମୟୂରଭଂଜ ଗସ୍ତରେ ଆସିବେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ରାଇରଂଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ମୟୂରଭଂଜର ଖିଚିଂରେ ପହଞ୍ଚିବେ। ସେଠାରେ ଥିବା ପ୍ରସିଦ୍ଧ ମନ୍ଦିରରେ ମା’ କିଚକେଶ୍ବରୀଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ମହାମହିମ ଶ୍ରୀମତୀ ମୁର୍ମୁ ଆସନ୍ତା ୨୯ ତାରିଖ ପୂର୍ବାହ୍‌ଣ ୧୦ଟା ୧୦ରୁ ୧୦ଟା ୪୦ ପର୍ଯ୍ୟନ୍ତ ଅଧଘଣ୍ଟା କାଳ ପର୍ଯ୍ୟନ୍ତ ଐତିହାସିକ ଖିଚିଂ ମନ୍ଦିର ପରିସରରେ ରହିବେ। ଏହି ଅବସରରେ ସେ ମା’ କିଚକେଶ୍ବରୀଙ୍କୁ ଦର୍ଶନ ଓ ଆରତୀ କରିବେ।

    ସୂଚନାଯୋଗ୍ୟ, ଐତିହାସିକ ଖିଚିଂ ମନ୍ଦିରକୁ ରାଷ୍ଟ୍ରପତିଙ୍କ ଆଗମନ ପାଇଁ ମନ୍ଦିର କମିଟି ପକ୍ଷରୁ ଗତବର୍ଷ ଡିସେମ୍ବର ୨୮ ତାରିଖରେ ଅନୁରୋଧ କରାଯାଇଥିଲା। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ଖିଚିଂ ମନ୍ଦିର କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ