Sunday, October 11, 2026
22.9 C
Odisha

    ଓଡ଼ିଶା ମୁଖ୍ୟମନ୍ତ୍ରୀ ନେଇ ବିଜେପି ପକ୍ଷରୁ ଚାଲିଛି କସରତ । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଲେ, ବିଧାୟକ ଦଳ ବୈଠକରେ ହିଁ ଚୂଡାନ୍ତ ହେବ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଅନେକ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଥିବା କୁହାଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପାଇଁ ଗିରୀଶ ମୁର୍ମୁଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏସବୁ ଭିତରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବଡ ବୟାନ ଦେଇଛନ୍ତି ।

    ମୁଖ୍ୟମନ୍ତ୍ରୀ ରେସରେ ଗିରୀଶ ମୁର୍ମୁଙ୍କ ନାଁ ଚର୍ଚ୍ଚାକୁ ନେଇ ବିଜୟ ପାଲ ସିଂ ତୋମାର କହିଛନ୍ତି, ମୋ ଜାଣିବାରେ ସେଭଳି କିଛି ନାହିଁ, ବିଧାୟକ ଦଳ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ । ଏଥିରେ କୌଣସି ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ଚୟନ ପାଇଁ ୨ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମାର ।

    ଆସନ୍ତା ୧୨ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରୁ ଏଯାଏଁ ପରଦା ହଟିନି । ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ଏହାସହ ଶପଥଗ୍ରହଣ ଉତ୍ସବ ପୂର୍ବରୁ ଏକ ରୋଡ ସୋ’ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ