Monday, April 6, 2026
33.6 C
Odisha

    ସଂପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ: ବିଜୟ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତରିତ ହେବା ପରେ ବି ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଆଉ କେତେ ତଥ୍ୟକୁ ଅପେକ୍ଷା କରାଯିବ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ମହିଳା ସଶକ୍ତୀକରଣ ପାଇଁ ଯୋଜନା ହେଉଛି, କିନ୍ତୁ ମହିଳା ଏଠି ଅସୁରକ୍ଷିତ। ପୁଲିସ ଝିଅର ଛାତିେର ଗୋଇଠା ମାରୁଛି। ବାପା ହିସାବରେ ମୁଁ ବ୍ୟଥିତ, ଝିଅକୁ ମାରିବାକୁ କିଏ ଅଧିକାର ଦେଲା? ନାଇଟ୍ ପାଟ୍ରୋଲିଂ ପାଇଁ କର୍ମଚାରୀ ନାହାନ୍ତି। ତେବେ ରାଜ୍ୟ ସରକାର କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମହିଳା ପୁଲିସ  ନାଇଟି ପିନ୍ଧି ଓ ପୁରୁଷ ପୁଲିସ ହାଫ ପ୍ୟାଣ୍ଟ ପିନ୍ଧି ରାତିରେ ଡ୍ୟୁଟି କରୁଛନ୍ତି। ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ