Sunday, March 9, 2025
22.1 C
Odisha

    ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ: ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭାରତର ଦୀର୍ଘତମ ସମୁଦ୍ର ପୋଲ ଲୋକାର୍ପିତ ହୋଇଛି । ମୁମ୍ବାଇରେ ଅଟଳ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ସେତୁ । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଂଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଜନସାଧାରଣଙ୍କ ପାଇଁ ଏହି ପୋଲ ଖୋଲିବା ଦ୍ୱାରା ପ୍ରତ୍ୟେକ ଗାଡି ପ୍ରାୟ ୩୦୦ ଟଙ୍କାର ଇନ୍ଧନ ସଞ୍ଚୟ କରିବ ।

    ୨୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ସେତୁ ତିଆରି ହୋଇଛି । ଅଟଳ ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିବାର କ୍ଷମତା ରଖିଛି । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    66 %
    2.6kmh
    0 %
    Sun
    22 °
    Mon
    36 °
    Tue
    37 °
    Wed
    40 °
    Thu
    41 °

    ସମ୍ବନ୍ଧିତ