Sunday, September 27, 2026
24.7 C
Odisha

    ବିଗିଡ଼ିଲା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଡିହାଇଡ୍ରେସନ୍ ଓ ପେଟରେ ସଂକ୍ରମଣ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ସ୍ଥିତିରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ୟୁପିରେ ପ୍ରବେଶ କରିଛି। କିନ୍ତୁ ସ୍ୱାସ୍ଥ୍ୟଖରାପ ହେବା କାରଣରୁ ପ୍ରିୟଙ୍କା ଏଥିରେ ସାମିଲ ହୋଇପାରିନାହାନ୍ତି। ତେବେ ନିକଟରେ ପ୍ରିୟଙ୍କା କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ମାତ୍ରେ ସେ ଯାତ୍ରାରେ ଯୋଗ ଦେବେ। ଏହା ସତ୍ତ୍ବେ ସେ ଏହି ଯାତ୍ରାରେ ସେ ଯୋଗ ଦେବାନେଇ ସଂଦେହ ଦେଖାଦେଇଛି । କାରଣ ତାଙ୍କୁ ବିଶ୍ରାମ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
    ଖରାପ ସମୟ ଦେଇ ଗତି କରୁଛି କଂଗ୍ରେସ
    ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କଂଗ୍ରେସ ଏକ ଖରାପ ସମୟ ଦେଇ ଗତି କରୁଛି। ରବିବାର ଖବର ଆସିଥିଲା ଯେ ସପା କଂଗ୍ରେସର ନ୍ୟାୟ ଯାତ୍ରାରୁ ନିଜକୁ ଦୂରେଇ ରଖିଛି ଏବଂ ଅଖିଳେଶ ଏହି ଯାତ୍ରାରେ ଯୋଗ ଦେବେ ନାହିଁ। ସପା କହୁଛି ଯେ କଂଗ୍ରେସ ପ୍ରଥମେ ସିଟ୍ ବଣ୍ଟନ ଉପରେ ନିଷ୍ପତ୍ତି ନେବ, ତା’ପରେ ହିଁ ନିଷ୍ପତ୍ତି ନେବାକୁ ସକ୍ଷମ ହେବ। ସପା ପକ୍ଷରୁ କଂଗ୍ରେସକୁ ୧୧ଟି ଆସନ ପାଇଁ ଅଫର ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ