Monday, October 12, 2026
22.3 C
Odisha

    ଠାକୁରଙ୍କ ପାଖରେ ଧୂପ ଦେବାପାଇଁ କ’ଣ ସବୁ ନିୟମ ରହିଛି ଆସନ୍ତୁ ଜାଣିବା…

    ଆଗକୁ ପଢନ୍ତୁ

    ଧୂପଦୀପ ବିନା ପୂଜାର୍ଚ୍ଚନାକୁ ଅଧୁରା ବୋଲି କୁହାଯାଏ। ପ୍ରତିଦିନ ଠାକୁରଙ୍କୁ ଧୂପ ଦେବା ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଧୂପ ଦେବାପାଇଁ କ’ଣ ସବୁ ନିୟମ ରହିଛି।

    ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଧୂପ ଦେବା ଉଚିତ। ଯଦି ଏହା ସମ୍ଭବ ନ ହେଉଛି, ତେବେ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମାଦିନ ସକାଳେ ଓ ସନ୍ଧ୍ୟାରେ ଧୂପ ନିଶ୍ଚୟ ଦିଅନ୍ତୁ।
    ଧୂପ ଦେବା ପୂର୍ବରୁ ଘରକୁ ସଫା କରନ୍ତୁ। ଏହାପରେ ନିଜେ ସ୍ନାନ କରି ଧୂପ ଦିଅନ୍ତୁ।
    ସବୁବେଳେ ଧୂପଦାନିକୁ ଈଶାଣ କୋଣରେ ରଖି ଧୂପ ଦିଅନ୍ତୁ ଏବଂ ରଖିବା ସମୟରେ ଈଶ୍ବରଙ୍କୁ କୃପାଭିକ୍ଷା କରନ୍ତୁ।
    ଘରେ ଝୁଣା ଧୂପ ଦେଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
    ବାସ୍ତୁଦୋଷ ଥିଲେ, ସପ୍ତାହରେ ଗୋଟିଏ କିମ୍ବା ଦୁଇଥର ନିମ୍ବ ପତ୍ରର ଧୂପ ଜଳାଇବା ଉଚିତ। ସ୍ବାସ୍ଥ୍ୟ ହାନିକାରକ ଜୀବାଣୁ ନଷ୍ଟ ହେବା ସହ ବାସ୍ତୁଦୋଷ ଦୂର ହୋଇଥାଏ।
    ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଅଶ୍ବତ୍୍ଥ ଗଛର ପୂଜା କରି ଧୂପ ଓ ଦୀପ ଦିଅନ୍ତୁ। ଏହି ଉପାୟ ଦ୍ବାରା ଧନ ଓ ସମୃଦ୍ଧିର ମାର୍ଗ ଖୋଲିବା ସହ ଶନିଦୋଷ ଦୂର ହୋଇଥାଏ।
    ନକାରାତ୍ମକ ଶକ୍ତି ବୃଦ୍ଧି ହୋଇ କୌଣସି କାମ ବାରମ୍ବାର ଅଟକି ଯାଉଥିଲେ, ହଳଦିଆ ସୋରିଷ, ଗୋଗୁଳ, ଝୁଣା ଓ ଘୃତ ମିଶାଇ ଏକ ଧୂପ ପ୍ରସ୍ତୁତ କରନ୍ତୁ। ସୂର୍ଯ୍ୟାସ୍ତ ପରେ ଏହି ଧୂପକୁ ଘରର ପ୍ରତ୍ୟେକ କୋଠରିରେ ବୁଲାନ୍ତୁ। ୨୧ ଦିନ ଏଭଳି କରିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହେବା ସହ ବିଗିଡ଼ି ଯାଉଥିବା କାମ ସମ୍ପୂର୍ଣ୍ଣ ହୋଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ