Monday, September 28, 2026
23.6 C
Odisha

    ଭରତପୁର ଥାନା ମାମଲା : ବିଜେପିକୁ ରାହୁଲ, ପ୍ରିୟଙ୍କାଙ୍କ ସମାଲୋଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବରର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କ ପ୍ରତି ହୋଇଥିବା ଅତ୍ୟାଚାର ମାମଲା ସମଗ୍ର ଦେଶର ରାଜନୀତିକୁ ସରଗରମ କରିଛି । ଏହି ଘଟଣା ପରେ ବିଜେପି ବିରୋଧରେ କଂଗ୍ରେସ ହାତରେ ଏକ ବଡ଼ ଅସ୍ତ୍ର ଲାଗିଯାଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭାଡ୍ରା, କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନେତ୍ର ପ୍ରମୁଖ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । କେବଳ କଂଗ୍ରେସ ନୁହେଁ, ଖୋଦ ବିଜେପିର ସଦସ୍ୟ ଥିବା ପୂର୍ବତନ ସେନା ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି.କେ.ସିଂ ମଧ୍ୟ ଏହାକୁ ନେଇ ଓଡ଼ିଶା ପୁଲିସକୁ ସମାଲୋଚନା କରିଛନ୍ତି ।

    ରାହୁଲ ଗାନ୍ଧି ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଘଟଣା ଦେଶର ଆଇନ ଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସର ସହାୟତା ଲୋଡ଼ିଥିବା ଜଣେ ସାମରିକ ଅଧିକାରୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା ଏବଂ ତାଙ୍କ ପ୍ରେମିକାଙ୍କୁ ହାଜତରେ ଆକ୍ରମଣ କରାଯାଇଥିଲା। ଏହି ଲଜ୍ଜାଜନକ ଘଟଣା ସମଗ୍ର ମାନବିକତା ଉପରେ ଖରାପ ପ୍ରଭାବ ପକାଉଛି। ବିଜେପି ସରକାରରେ ମହିଳାଙ୍କ ବିରୋଧରେ ଅପରାଧ ବ୍ୟାପକ ଓ ଅନିୟନ୍ତ୍ରିତ ହେବାରେ ଲାଗିଛି। ଏପରିକି ସରକାରୀ ବ୍ୟବସ୍ଥାରେ ଅନ୍ୟାୟ ବଢ଼ୁଥିବା ବେଳେ ସାଧାରଣ ନାଗରିକମାନେ କିପରି ସହାୟତା ଉପରେ ଭରସା କରିବେ? ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନେ ସମସ୍ତେ କଠୋର ଆଇନଗତ ଦଣ୍ଡ ପାଇବା ଉଚିତ୍ – ଆଜି ଭାରତର ଜନସାଧାରଣ, ବିଶେଷକରି ମହିଳାମାନଙ୍କୁ ନ୍ୟାୟ ଏବଂ ନିରାପତ୍ତାର ଏକ ଉଦାହରଣ ଦରକାର ।“

    ନିଜ ‘ଏକ୍ସ’ ହାଣ୍ଡଲରେ ପ୍ରିୟଙ୍କା ଗାନ୍ଧି ଲେଖିଛନ୍ତି, “ନିଜ ମହିଳା ବନ୍ଧୁଙ୍କ ସହ ସହାୟତା ମାଗିବାକୁ ଯାଇଥିବା ସେନା ଅଧିକାରୀଙ୍କ ସହ ଓଡ଼ିଶା ପୁଲିସ ଯେଉଁଭଳି ବ୍ୟବହାର କରିଛି ତାହା ଅତ୍ୟନ୍ତ ଭୟଙ୍କର ଓ ସମଗ୍ର ଦେଶକୁ ଚକିତ କରିଛି। ଅଯୋଧ୍ୟାରେ ଦଳିତ ସମ୍ପ୍ରଦାୟର ଗଣଦୁଷ୍କର୍ମ ପୀଡ଼ିତାଙ୍କ ସହ ପୁଲିସ ଅନ୍ୟାୟ କାର୍ଯ୍ୟ କରିଥିଲା ଏବଂ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କ ଉପରେ ଚାପ ପକାଇଥିଲେ କାରଣ ଅଭିଯୁକ୍ତମାନେ ବିଜେପି ସହ ଜଡ଼ିତ ଥିଲେ । ସମଗ୍ର ଦେଶରେ ବିଜେପି ନେତୃତ୍ବାଧୀନ ସରକାରମାନେ ପୁଲିସକୁ ରକ୍ଷକରୁ ଭକ୍ଷକରେ ପରିଣତ କରିବା ନୀତି କାର୍ଯ୍ୟକାରୀ କରୁଛନ୍ତି। ବିଜେପି ସରକାରମାନଙ୍କରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ପୁଲିସର ଆଭିମୁଖ୍ୟ ବାସ୍ତବରେ କ୍ଷମତାରେ ଥିବା ଲୋକଙ୍କଠାରୁ ମିଳୁଥିବା ସୁରକ୍ଷାର ପରିଣାମ । ଏଭଳି ପରିସ୍ଥିତିରେ ଦେଶର ମହିଳାମାନେ ନିଜ ସୁରକ୍ଷା ଓ ନ୍ୟାୟ ପାଇଁ କ’ଣ କରିପାରିବେ? ସେମାନେ କୁଆଡେ ଯିବେ ?”

    ସେହିପରି ପୂର୍ବତନ ସେନା ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି.କେ.ସିଂ ଏକ୍ସରେ ଏହି ପ୍ରସଙ୍ଗ ଉପରେ ଉଲ୍ଲେଖ କରିବା ସହ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ