Sunday, October 18, 2026
23.2 C
Odisha

    ଆନ୍ଧ୍ର, ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୨୭ ଛୁଇଁଲା ମୃତ୍ୟୁସଂଖ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଉଭୟ ରାଜ୍ୟରେ ବର୍ଷା ଏବଂ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଲାଣି। ତେଲେଙ୍ଗାନାରେ ୧୫ ଜଣଙ୍କର ଏବଂ ଆନ୍ଧ୍ରପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା‌ ଏବଂ ବନ୍ୟା ଜଳରେ ଫସିଥିବା ହଜାର ହଜାର ଲୋକଙ୍କୁ ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଦ୍ବାରା ଉଦ୍ଧାର କରି ରିଲିଫ୍‌ ଶିବିରରେ ରଖାଯାଇଛି। ଉଭୟ ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ର‌ଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ ସହ କଥା ହୋଇଛନ୍ତି। ଉଭୟ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
    ଉଲ୍ଲେଖଯୋଗ୍ୟ ଯେ ସୋମବାର ପାଇଁ ଆଇଏମ୍‌ଡି ପକ୍ଷରୁ ଅଦିଲାବାଦ, ନିଜାମାବାଦ, ରାଜନ୍ନା ସିରସିଲ୍ଲା, ୟଦାଦ୍ରୀ ଭୁବନଗିରୀ, ବିକାରାବାଦ, ସାଙ୍ଗାରେଡ୍ଡି, କାମାରେଡ୍ଡି, ମେହବୁବନଗର ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଥିଲା। ଆଇସିଏଆର୍‌ର ଜଣେ ଯୁବ ବୈଜ୍ଞାନିକ ଡ. ଏନ୍‌ ଅଶ୍ବିନୀ ବନ୍ୟା ପାଣିରେ ପ୍ରାଣ ହରାଇଛନ୍ତି। ତାଙ୍କ ବାପା ଏନ୍‌ ମୋତିଲାଲ ନିଖୋଜ ଅଛନ୍ତି। ବିମାନ ବନ୍ଦରକୁ ଯିବା ସମୟରେ ତାଙ୍କ କାର୍‌ ଭାସିଯିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ରେଡ୍ଡି ଆଜି ଅଧିକାରୀମାନଙ୍କ ସହିତ ଜରୁରୀ ବୈଠକ କରିଛନ୍ତି। ଆନ୍ଧ୍ରର ବିଜୟୱାଡ଼ା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ବିଜୟୱାଡ଼ାର ଅଜିତ ସିଂହ ନଗରକୁ ଆଜି ଦ୍ବିତୀୟ ଗସ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ