Wednesday, July 15, 2026
26.6 C
Odisha

    ଶ୍ରୀଜିଉ ଶ୍ରୀମନ୍ଦିରକୁ ଫେରିବା ପରେ ବଢିଲା ପ୍ରଶାସନର ଚିନ୍ତା ; ରତ୍ନଭଣ୍ଡାର ମରାମତି, ଅଳଙ୍କାରର ଗଣତି ମଣତି ସହ କିପରି ଚାଲିବ ଭକ୍ତ ଦର୍ଶନ ?

    ଆଗକୁ ପଢନ୍ତୁ

    ତିନି ଠାକୁର ବଡ଼ ଦେଉଳଙ୍କୁ ଫେରିଛନ୍ତି। ପୂର୍ବଭଳି ଏବେ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ହେଲେ ରତ୍ନଭଣ୍ଡାର ମରାମତି ଏବଂ ରତ୍ନର ଗଣତି ମଣତି ହେବାର ଅଛି। ସେଥିପାଇଁ ରତ୍ନଭଣ୍ଡାରୁ ଅଳଙ୍କାର ସବୁ ଅସ୍ଥାୟୀ ଗୃହକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଥିବାରୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିପରି ଭିଡ଼କୁ ନିୟନ୍ତ୍ରଣରେ ରଖି ରତ୍ନଭଣ୍ଡାର ମରାମତି ହେବ ତାହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
    ମନ୍ଦିରରେ ପ୍ରବଳ ଭିଡ଼ ହେଉଥିବାରୁ ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ଆଣିବାର ଆବଶ୍ୟକତା ଥିବା ଅନେକ ଦାବି କରୁଛନ୍ତି। ପୂର୍ବ ସରକାରରେ ଚାରିଦ୍ୱାର ବନ୍ଦ ଥିବାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା। ବିଜେପି ସରକାରକୁ ଆସିବା ପରେ ଚାରିଦ୍ୱାର ଖୋଲାଯାଇଥିଲା। କିନ୍ତୁ ଚାରିଦ୍ୱାର ଖୋଲିବା ପରେ ମନ୍ଦିର ପରିସରରେ ପ୍ରବଳ ଭଡ଼ ଦେଖିବାକୁ ମିଳୁଛି। ବେଳେ ଠେଲାପେଲା, ଦଳଚକଟା ସ୍ଥିତି ମଧ୍ୟ ଉପୁଜୁଛି। ଭିଡ଼କୁ ଦୃଷ୍ଟିରେ ରଖି ସରକାର କ’ଣ ନିଷ୍ପତି ନେଉଛନ୍ତି ତାହା ଉପରେ ନଜର ରହିଛି। ସବୁଠୁ ବଡ଼ କଥା ହେଉଛି ରତ୍ନଭଣ୍ଡାରର ମରାମତି ଏବଂ ଅଳଙ୍କାରର ଗଣତି ହେବାର ଅଛି। ଏସବୁ ଭିତରେ ଭକ୍ତଙ୍କ ଦର୍ଶନ କିପରି ବାଧାପ୍ରାପ୍ତ ନହେବ ତାହା ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଏବ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    79 %
    1.4kmh
    100 %
    Tue
    26 °
    Wed
    28 °
    Thu
    31 °
    Fri
    29 °
    Sat
    26 °

    ସମ୍ବନ୍ଧିତ