Wednesday, August 5, 2026
26.7 C
Odisha

    ପୁଣି ଦ୍ରୁତଗାମୀ କାର ନେଲା ଜୀବନ, ୩୦ ଫୁଟ ତଳକୁ ଖସି ପଡ଼ିଲେ ସାଇକେଲ ଆରୋହୀ

    ଆଗକୁ ପଢନ୍ତୁ

    ଟାଙ୍ଗି : ପୁଣି ଦ୍ରୁତଗାମୀ କାର ନେଲା ଜୀବନ। ୧୬ ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଥାନା ବେଣ୍ଟ ଓଭର ବ୍ରିଜ ଉପରେ ଭୟାବହ ସଡ଼କ ଦୁର୍ଘଟଣା ହୋଇଛି । ୩୦ ଫୁଟ ତଳକୁ ଖସି ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ବ୍ରହ୍ମପୁର ରୁ ଭୁବନେଶ୍ୱର ଯାଉଥିବା ଦ୍ରୁତଗାମୀ ଗ୍ରାଣ୍ଡ ଭିଟେରା କାର ଆଗରେ ଯାଉଥିବା ସାଇକେଲ ଆରୋହୀଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହୀ ଜଣକ ୩୦ ଫୁଟ ତଳକୁ ଛିଟିକି ପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନ ଚମ୍ପାଗଡ଼ ଗାଁର ପ୍ରମୋଦ ପରିଡ଼ା । ପରିବା କିଣି ସାଇକେଲରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଖବରପାଇ ଚାନ୍ଦପୁର ଥାନା ପୋଲିସ କାର ଜବତ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଉତ୍ୟକ୍ତ ଲୋକେ କ୍ଷତି ପୁରଣ ଦାବିରେ NH 16 କୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ଗାଡି ମୋଟର ଅଟକି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    90 %
    0.9kmh
    100 %
    Wed
    27 °
    Thu
    28 °
    Fri
    25 °
    Sat
    30 °
    Sun
    30 °

    ସମ୍ବନ୍ଧିତ