ଭୁବନେଶ୍ୱର : ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ବଡ଼ ଆକ୍ସନ । କ୍ରାଇମବ୍ରାଞ୍ଚ ହେପାଜତରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ । ମନୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି ଟିମ୍ । ସୂଚନା ଦେଲେ କ୍ରାଇମ୍ ବ୍ରାଞ୍ଚ ଡିଆଇଜି ବାତୁଲା ଗଙ୍ଗାଧର । ପୂର୍ବରୁ ନିଲମ୍ବିତ ହୋଇଥିଲେ ମନୋଜ । ପାଠ୍ୟ ପୁସ୍ତକ ତ୍ରୁଟିର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଯେଉଁ ଭଳି ତ୍ରୁଟି ହୋଇଛି ଏବଂ କ୍ରାଇମବ୍ରାଞ୍ଚ ଲଗାଇଥିବା ବିଏନଏସ ଧାରା ୩୧୬(୫) ଏକ ଧର୍ତ୍ତବ୍ୟ ଅପରାଧ ଓ ଏଥିପାଇଁ ୧୦ ବର୍ଷର ସଜା ରହିଛି । ତେଣୁ କ୍ରାଇମବ୍ରାଞ୍ଚ ମନୋଜ ପାଢ଼ୀଙ୍କୁ ଗିରଫ କରିବାର ସମ୍ଭାବନା ବହୁତ ରହିଛି । ତାଙ୍କ ସହିତ ସାମିଲ ଥିବା ଓ ସରକାରଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଡାକି ପଚରାଉଚୁରା କରିବ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ସମନ କରି ଡାକିବ କ୍ରାଇମବ୍ରାଞ୍ଚ ।
ଏହା ବ୍ୟତୀତ ପାଠ୍ୟ ପୁସ୍ତକ ପ୍ରସ୍ତୁତି, ବିଷୟ ବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଓ ବଣ୍ଟନ ପର୍ଯ୍ୟନ୍ତ ଜଡିତ ଥିବା ଲୋକମାନଙ୍କୁ ତଦନ୍ତରେ ସାମିଲ କରିବ କ୍ରାଇମବ୍ରାଞ୍ଚ । ଲଗା ଯାଇଥିବା ଦଫା ବ୍ୟତୀତ ଆହୁରି ଅଧିକ ଦଫା ଲଗାଇପାରେ କ୍ରାଇମବ୍ରାଞ୍ଚ । ମନୋଜ ପାଢ଼ୀଙ୍କ ବୟାନକୁ ଭିତ୍ତି କରି ଏଥିରେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢ଼ାଇ ପାରେ କ୍ରାଇମବ୍ରାଞ୍ଚ । ପୁସ୍ତକ ପ୍ରକାଶନ ପଛରେ ଏକ ବଡ଼ ଅପରାଧିକ ଦିଗ ରହିଥିବାରୁ ସମସ୍ତ ଦିଗକୁ ତର୍ଜମା ଓ ତଦନ୍ତ ପରିସର କରି କ୍ରାଇମବ୍ରାଞ୍ଚ ସମସ୍ତ ଦୋଷୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି କହିଛନ୍ତି ଆଇନଜୀବୀ ।
