Sunday, November 1, 2026
21.6 C
Odisha

    ଘର ଭିତରେ ପଶିଗଲା ଟ୍ରକ, ମା ମୃତ ଓ ଅଢେଇ ବର୍ଷର ଶିଶୁ ଗୁରୁତର

    ଆଗକୁ ପଢନ୍ତୁ

    ସମ୍ବଲପୁର : ଏମିତି ବି ଆସେ ମୃତ୍ୟୁ । ଘର ଭିତରେ ପଶିଗଲା ଟ୍ରକ। ଚାପି ହୋଇଗଲେ ମା ଓ ଶିଶୁ । ଘଟଣାସ୍ଥଳରେ ମା ମୃତ ଓ ଅଢେଇ ବର୍ଷର ଶିଶୁ ଗୁରୁତର । ସମ୍ବଲପୁର ପଡିଆବାହାଲ ନିକଟ ବାରିବନ୍ଦରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

    ସୂଚନାନୁଯାୟୀ, ଟ୍ରକଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘର ଭିତରେ ପଶି ଯାଇଥିଲା । ଫଳରେ ଘର ଭିତରେ ଥିବା ମା’ ଓ ତାଙ୍କ ଅଢେଇ ବର୍ଷର ଶିଶୁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବାବେଳେ ଶିଶୁ ଆହତ ହୋଇଥିଲେ l ଗୁରୁତର ଶିଶୁକୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି । ଏଥି ସହିତ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା l କ୍ଷୁବ୍ଧ ଲୋକମାନେ ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    94 %
    0.9kmh
    6 %
    Sat
    21 °
    Sun
    28 °
    Mon
    24 °
    Tue
    28 °
    Wed
    25 °

    ସମ୍ବନ୍ଧିତ