Thursday, October 8, 2026
29.4 C
Odisha

    ଶିକ୍ଷକଙ୍କୁ ଗାଳିଗୁଲଜ କରିବା ପଡ଼ିଲା ମହଙ୍ଗା, ଅଭିଭାବକଙ୍କୁ ଉଠାଇନେଲା ପୋଲିସ

    ଆଗକୁ ପଢନ୍ତୁ

    ପୁରୀ : ମହଙ୍ଗା ପଡ଼ିଲା ଶିକ୍ଷକଙ୍କୁ ଗାଳିଗୁଲଜ । ଅଭିଭାବକଙ୍କୁ ଉଠାଇନେଲା ପୋଲିସ । ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଧୀନ ଶୁକଳ ହାଇସ୍କୁଲର ଜଣେ ଶିକ୍ଷକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଅଭିଯୁକ୍ତ ଅଭିଭାବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଭିଭାବକ ଜଣକ ଶୁକଳ ପଞ୍ଚାୟତ ବାସୁଦେବପୁର ଶୁକଳ ଗାଁର ଅଂଶୁମାନ ବିଶ୍ୱାଳ। ଅଭିଯୋଗ ଅନୁଯାୟୀ, ସ୍କୁଲର ପିଇଟି ଶିକ୍ଷକ ସୁରେଶ ସ୍ୱାଇଁ କିଛିଦିନ ତଳେ ସ୍କୁଲ୍ ରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଅଂଶୁମାନ ହଠାତ ସ୍କୁଲ୍ ଭିତରେ ପଶି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସ୍କୁଲର ସମସ୍ତ ଶିକ୍ଷକଙ୍କ ଉପସ୍ଥିତିରେ ତାଙ୍କୁ ଭୀଷଣ ଗାଳି ଗୁଲଜ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପିଇଟି ଶିକ୍ଷକ। ଏହାକୁ ଭିତ୍ତି କରି ପିଇଟି ଶିକ୍ଷକ ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଏନଏସ୍ ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ଏହାସହ ଅଂଶୁମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଅଭିଯୁକ୍ତ ଅଭିଭାବକ ଜଣକ ଶିକ୍ଷକଙ୍କୁ ଗାଳିଗୁଲଜ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ