Wednesday, January 14, 2026
12.9 C
Odisha

    ବିଜେପିରେ ନିଜକୁ ଖାପଖୁଆଇ ପାରିଲିନି: ପ୍ରକାଶ ବେହେରା

    ଆଗକୁ ପଢନ୍ତୁ

    କଟକ: ବିଜେପିରୁ ଇସ୍ତଫା ଦେବା ପରେ ସାଲେପୁରର ପୂର୍ବତନ ବିଧାୟକ ତଥା ପ୍ରକାଶ ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସହ ‌ଆଡଜଷ୍ଟ କରିପାରିଲେନି। ଦଳ ତାଙ୍କୁ ସାଲେପୁରରୁ ପୁଣି ଥରେ ପ୍ରାର୍ଥୀ କରିବ ବୋଲି କହିଥିଲା। ଟିକେଟ ନେଇ କିଛି ସମସ୍ୟା ନଥିଲା। ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ କରିବାକୁ ଦଳକୁ ଆସିଥିଲି। ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେଇଥିଲି। ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ସେମାନଙ୍କୁ ଦୀର୍ଘଦିନ ହେବ ଦଳ ଭିତରେ ଅଣଦେଖା କରାଯାଉଥିଲା। କର୍ମକର୍ତ୍ତାଙ୍କ ମତକୁ ବିଭିନ୍ନ ଫୋରମରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିଲା। ନିଜର ଶୁଭେଚ୍ଛୁମାନଙ୍କ ସହ କଥାବାର୍ତ୍ତା ହେବା ପରେ ପରବର୍ତ୍ତୀ ପଦକ୍ଷେପ ନେବି। ସେ ବିଜେପିର କଟକ ଜିଲ୍ଲା ସଭାପତି ଥିଲେ। ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଆଜି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ବାରବାଟୀ କଟକ ବିଧାନସଭା ଆସନରୁ ଲଢ଼ିବା ପାଇଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରକାଶ ବେହେରା ବିଳମ୍ବିତ ରାତିରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିବା ପରେ ନିଷ୍ପତ୍ତି ହୋଇଥିବା ନେଇ ଖବର ମିଳୁଛି।

    ସୂଚନାଯୋଗ୍ୟ, ସେ ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ। ସେ ଭାଜପାର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦେଶ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12.9 ° C
    12.9 °
    12.9 °
    51 %
    1.5kmh
    7 %
    Wed
    27 °
    Thu
    28 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ