Monday, October 19, 2026
23.2 C
Odisha

    ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର

    ଆଗକୁ ପଢନ୍ତୁ

    ନାରାୟଣପାଟଣା: ଜ୍ୱାଇଁର ଛୁରାମାଡ଼ରେରେ ଶଶୁରଙ୍କ ଜୀବନ ଗଲା। ଜ୍ୱାଇଁ ସାତୁ ପ୍ରାସ୍କା ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗତକାଲି ରାତିରେ। ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ ଘଟିଛି ଏହି ଘଟଣା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଣେ ରାମଚନ୍ଦ୍ର ଉଲ୍ଲାକା ନିଜ ଆଠ ମାସର ଗର୍ଭବତୀ ଝିଅକୁ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଆଣିଥିଲେ। ଏହାକୁ ନେଇ ଜ୍ବାଇଁ ରାଗିଯାଇ ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ତାଙ୍କର ପ୍ରାଣହାନି ଘଟିଥିଲା। ନାରାୟଣପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ