Thursday, September 17, 2026
24.8 C
Odisha

    ଅମ୍ବାନୀଙ୍କ ପୁଅ ପ୍ରି-ୱେଡିଂରେ ଯୋଗଦେବେ ବିଲ୍ ଗେଟ୍ସ,

    ଆଗକୁ ପଢନ୍ତୁ

    ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ହେବାକୁ ଯାଉଛି। ଏଣୁ ଏହାକୁ ନେଇ ରାଜକୀୟ ଢଙ୍ଗରେ ଏକ ପ୍ରି-ୱେଡିଂ ଉତ୍ସବ ଆୟୋଜନ କରାଯାଉଛି। ତେବେ ଗତବର୍ଷ ଜାନୁଆରୀ ୧୨ ତାରିଖରେ ରାଧିକା ମର୍ଚେଣ୍ଡାଙ୍କ ସହ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ହୋଇଥିଲା। କିନ୍ତୁ ବର୍ତ୍ତମାନ ବାହାଘର ପୂର୍ବରୁ ଅର୍ଥାତ ଆସନ୍ତା ମାର୍ଚ୍ଚରେ ସେ ଏକ ପ୍ରି-ୱେଡିଂ ଉତ୍ସବ ପାଳନ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗ୍ରାଣ୍ଡ ପ୍ରି-ୱେଡିଂ ଉତ୍ସବରେ ଦେଶ ସମେତ ଅନ୍ତର୍ଜାତୀୟ ସ୍ତରରୁ ବହୁ ବଡ଼ ବଡ଼ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
    ଏକ ରିପୋର୍ଟ ଅନୁଯାୟୀ, ବିଲ ଗେଟ୍ସ, ମାର୍କ ଜୁକରବର୍ଗଙ୍କ ଭଳି ବିଶ୍ୱର ବହୁ ବଡ଼ ବଡ଼ ଅତଥି ଅମ୍ବାନୀଙ୍କ ପ୍ରି-ୱେଡିଂ ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେବେ। ଏହା ସହ ବଲିଉଡର ବହୁ ବଡ଼ ବଡ଼ କଳାକାରମାନେ ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଣୁ ଉତ୍ତର ଗୁଜରାଟର ଜାମନଗର ଠାରେ ପାଳନ ହେବାକୁ ଥିବା ଏହି ଗ୍ରାଣ୍ଡ ଉତ୍ସବରେ ଅନେକ ସାରା ଚାଟାର୍ଡ ଫ୍ଲାଇଟର ଲମ୍ବା ଲାଇନ ଲାଗିବ ବୋଲି କୁହାଯାଉଛି। ତେବେ ୩ ଦିନ ଧରି ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ ଉତ୍ସବ ପାଳନ କରାଯିବ। ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏହା ମାର୍ଚ୍ଚ ୩ରେ ଶେଷ ହେବ ବୋଲି ସୂଚନା ରହିଛି। ତେଣୁ ଏହାକୁ ନେଇ ଅମ୍ବାନୀ ପରିବାର ଏବେ ଖୁବ ଉତ୍ସାହ ଭିତରେ ରହିଛି। ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଆଶା କରାଯାଉଥିବା ଲୋକଙ୍କ ମଧ୍ୟରେ ମେଟା ସିଇଓ ମାର୍କ ଜୁକରବର୍ଗ, ମୋର୍ଗାନ୍ ଷ୍ଟାନଲି ସିଇଓ ଟେଡ୍ ପିକ୍, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ, ଡିଜନି ସିଇଓ ବବ୍ ଆଇଗର୍, ବ୍ଲାକ୍ରକ୍ ସିଇଓ ଲ୍ୟାରି ଫିଙ୍କ, ଆଡନୋକ ସିଇଓ ସୁଲତାନ ଅହମ୍ମଦ ଅଲ ଜାବର ଏବଂ ଏଲ ରୋଥଚିଲ୍ଡ ପ୍ରମୁଖ ଅଛନ୍ତି। ଏହିପରି ସମଗ୍ର ବିଶ୍ୱରୁ ବହୁ ଭିଭିଆଇପି ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ