Friday, September 18, 2026
29.7 C
Odisha

    ସଚିନ-ସାରାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୁଲିସ୍‌

    ଆଗକୁ ପଢନ୍ତୁ

    ମୁମ୍ବାଇ: ଅନେକ ସେଲିବ୍ରିଟି ଡିପ୍‌ଫେକ୍ ପ୍ରଯୁକ୍ତିର ଶିକାର ହେବାର ଖବର ମଝିରେ ମଝିରେ ମିଳୁଥିବା ବେଳେ କ୍ରିକେଟ ତାରକା ସଚିନ ତେନ୍ଦୁଲକର ଓ ତାଙ୍କ ଝିଅ ସାରା ତେନ୍ଦୁଲକର ବି ଏଥିରୁ ବାଦ୍‌ ପଡ଼ିନଥିଲେ। ସେ ବାପଝିଅଙ୍କର ବି ଡିପ୍‌ଫେକ୍ ଭିଡିଓ ଦେଖିବାକୁ ମିଳିଥିଲା। ମୁମ୍ବାଇ ପୁଲିସ୍‌ ଏବେ ଏହି ମାମଲାରେ ନିଜ ତତ୍ପରତା ପ୍ରକାଶ କରିଛି। ସେ ସଚିନ ତେନ୍ଦୁଲକଙ୍କ ଡିପ୍‌ଫେକ୍‌ ଭିଡିଓ ପ୍ରସଂଗରେ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ୍‌ ମାମଲା ରୁଜୁ କରିବା ପରେ ଏହି ମାମଲାକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି।

    ଆପଣ ଜାଣନ୍ତି କି କିଛି ଦିନ ତଳେ ତେନ୍ଦୁଲକର ଗେମିଂ ଆପ୍ ‘ସ୍କାଏଓ୍ୱାର୍ଡ ଏଭିଏଟର କ୍ୱେଷ୍ଟ’କୁ ସମର୍ଥନ କରୁଥିବା ଏକ ଡିପ୍‌ଫେକ୍ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୂରି ବୁୁଲୁଥିଲା। ଭିଡିଓରେ କ୍ରିକେଟ୍ ତାରକା କେବଳ ଏହି ଆପ୍‌କୁ ସମର୍ଥନ କରୁଥିବା ଦେଖାଯାଇ ନଥିଲା ବରଂ ତାଙ୍କ ଝିଅ ସାରା ଏଥିରୁ ଆର୍ଥିକ ଫାଇଦା ପାଉଛନ୍ତି ବୋଲି ସେ ମିଥ୍ୟା ଦାବି କରୁଥିବା ଦେଖିବାକୁ ମିଳୁଥିଲା।

    ଏହି ଭିଡିଓଗୁଡ଼ିକ ନକଲି। ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଦୁରୁପଯୋଗ ଅତ୍ୟନ୍ତ ଦୁଃଖଦାୟକ। ସମସ୍ତଙ୍କୁ ଅନୁରୋଧ ଯେ ସେମାନେ ଏପରି ଭିଡିଓ, ବିଜ୍ଞାପନ ଏବଂ ଆପ୍‌କୁ ଅଧିକ ସଂଖ୍ୟାରେ ରିପୋର୍ଟ କରନ୍ତୁ ବୋଲି ତେନ୍ଦୁଲକର ଉକ୍ତ ନକଲି ଭିଡିଓକୁ ସେୟାର କରି ଏକ୍ସରେ ଲେଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଅଭିଯୋଗ ପ୍ରତି ସତର୍କ ଏବଂ ଉତ୍ତରଦାୟୀ ହେବା ଆବଶ୍ୟକ। ଭୁଲ ସୂଚନା ଓ ଡିପ୍‌ଫେକ୍‌ର ପ୍ରସାରକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ତେନ୍ଦୁଲକର ଏକ ସୋସିଆଲ୍‌ ମିଡିଆ ପୋ‌ଷ୍ଟ୍‌ ଜରିଆରେ କହିଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    70 %
    1.4kmh
    91 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ