Monday, October 12, 2026
21.2 C
Odisha

    ସଫଳ ହେଲା ସୂର୍ଯ୍ୟକୁମାର ଯାଦବଙ୍କ ଗୋଇଠି ଅସ୍ତ୍ରୋପଚାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଫଳ ହେଲା ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ଗୋଇଠି ଅସ୍ତ୍ରୋପଚାର । ସେ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ଶୀଘ୍ର ପଡ଼ିଆକୁ ଫେରିବେ ବୋଲି ମଧ୍ୟ କହିଛନ୍ତି। ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ କରିଥିବା ବେଳେ ଏହି ସିରିଜର ଶେଷ ମ୍ୟାଚରେ ସେ ଆହତ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ଗୋଇଠିରେ ଆଘାତ ଲାଗିବା ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

    କୁହାଯାଉଛି ଯେ, ସୂର୍ଯ୍ୟକୁମାର ଯାଦବଙ୍କୁ ଅସ୍ତ୍ରୋପଚାର ପରେ ପଡ଼ିଆକୁ ଫେରିବା ପାଇଁ ୮ରୁ ୯ସପ୍ତାହ ଲାଗିବ। ତେଣୁ ‌ସେ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳିପାରିବେ। ହେଲେ ଏବେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ସେ ଆଇପିଏଲ‌ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂର୍ଯ୍ୟକୁମାର ଯାଦବ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ସର୍ଜରୀ ଶେଷ ‌ହୋଇଛି। ମୋ ପାଇଁ ଚିନ୍ତା କରିବା ସହ  ମୋର ସୁସ୍ଥତା ପାଇଁ ପ୍ରାର୍ଥନା କରିଥିବାରୁ ମୁଁ କୃତଜ୍ଞ। ମୁଁ ଆପଣମାନଙ୍କୁ ଜଣାଇ ବହୁତ ଖୁସି ଯେ ମୁଁ ଶୀଘ୍ର ଫେରି ଆସିବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ