Friday, July 24, 2026
27.8 C
Odisha

    Saudi Prince : ସାଉଦି ପ୍ରିନ୍ସଙ୍କ ସନ୍ଦେହଜନକ ମୃତ୍ୟୁ, ହୋଟେଲରୁ ମିଳିଥିଲା ମୃତଦେହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଦ, ଡ୍ରଗ୍ସ ଏବଂ ମାନସିକ ଚାପ ସମସ୍ୟା ପାଇଁ ନିଆଯାଉଥିବା ଔଷଧର ମାତ୍ରାଧିକ ସେବନ ଯୋଗୁଁ ୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦଙ୍କ ମୃତ୍ୟୁ ଘଟିଛି । ରାଜକୁମାର ଅବଦୁଲ୍ଲା କେନ୍ସିଂଟନ ସ୍ଥିତ ମ୍ୟାରିଅଟ୍ ହୋଟେଲର ନିଜ ରୁମରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ହୋଟେଲ କର୍ମଚାରୀ ଉଦ୍ଧାର କରି ହସପିଟାଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଦାଲତ ଏହି ମାମଲାରେ କୌଣସି ଷଡଯନ୍ତ୍ର କିମ୍ବା ଆତ୍ମହତ୍ୟାର ପ୍ରମାଣ ମିଳିନଥିବାରୁ କୋର୍ଟ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ।

    ବ୍ରିଟେନର ଇନର ୱେଷ୍ଟ ଲଣ୍ଡନ କୋରୋନର କୋର୍ଟରେ ଶୁଣାଣି ସମୟରେ କହିଥିଲେ, ପ୍ରିନ୍ସ ଅବଦ୍ଦୁଲା ୧୯ ନଭେମ୍ବରେ ଲଣ୍ଡନର କେନ୍ସିଂଟନ ସ୍ଥିତ ମ୍ୟାରିଅଟ୍ ହୋଟେଲରେ ଏକ ସପ୍ତାହ ପାଇଁ ରୁମ୍ ବୁକ୍ କରାଇଥିଲେ । ଏହି ହୋଟେଲରେ ପ୍ରତି ରାତିକୁ ୬୦୦ ୟୁରୋ ପଡିଥାଏ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି କି, ମୃତ୍ୟୁ ପୂର୍ବରୁ ସନ୍ଧ୍ୟାରେ ହୋଟେଲରେ ବାହାରେ ସିଗାରେଟ ପିଇବା ପାଇଁ ଯାଇଥିଲେ । ଏହାପରେ ଦ୍ବିତୀୟ ଥର ପାଇଁ ହୋଟେଲରୁ ବାହାରିନଥିଲେ ।

    ନଭେମ୍ବର ୨୫ ତାରିଖରେ ଜଣେ ହୋଟେଲ କର୍ମଚାରୀ ରୁମ୍ ସଫା କରିବାକୁ ପହଞ୍ଚିଲେ ଏବଂ ପ୍ରିନ୍ସଙ୍କୁ ବାଥରୁମରେ ପଡ଼ିଥିବାର ଦେଖି ହୋଟେଲ ପରିଚାଳନା ତୁରନ୍ତ ଜରୁରୀକାଳୀନ ସେବାକୁ ଫୋନ୍ କରିଥିଲେ । ପାରାମେଡିକ୍ସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା ।

    ତାଙ୍କ ରକ୍ତରେ ଆଲକୋହଲର ମାତ୍ରା ନିର୍ଦ୍ଧାରିତ ଆଇନଗତ ସୀମାଠାରୁ ପ୍ରାୟ ତିନି ଗୁଣ ଅଧିକ ଥିଲା, ଯାହା ମଣିଷକୁ କୋମାକୁ ନେଇଯିବା ପାଇଁ ଯଥେଷ୍ଟ । ଏହାସହ ତାଙ୍କ ଶରୀରରୁ ଡ୍ରଗ୍ସ, ଗଞ୍ଜେଇ ଓ ଆଞ୍ଜାଇଟି ପାଇଁ ବ୍ୟବହୃତ ହେଉଥିବା ଔଷଧର ଅଂଶ ମିଳିଥିଲା । ଏହି ସବୁ ନିଶାଦ୍ରବ୍ୟ ଗୁଡ଼ିକୁ ଏକାସାଙ୍ଗେ ସେବନ ଯୋଗୁଁ ତାଙ୍କର ହୃଦଘାତ ହୋଇଥିବା ଡାକ୍ତରୀ ଦଳ ସ୍ପଷ୍ଟ କରିଛନ୍ତି । ଇନର ୱେଷ୍ଟ ଲଣ୍ଡନ କୋରୋନର କୋର୍ଟର ଆସିଷ୍ଟାଣ୍ଟ କୋରୋନର ଜିନ୍ ହାର୍କିନ୍ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି । ଅଦାଲତ ଏହି ମାମଲାରେ କୌଣସି ଷଡଯନ୍ତ୍ର କିମ୍ବା ଆତ୍ମହତ୍ୟାର ପ୍ରମାଣ ମିଳିନଥିବାରୁ କୋର୍ଟ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ।

    ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୫ରେ ତାଙ୍କୁ ଲଣ୍ଡନର ରୋହାମ୍ପଟନ୍ ସ୍ଥିତ ପ୍ରିୟରି କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କୁ ମଦ୍ୟପାନ, ବେଞ୍ଜୋଡାଇଜେପିନ୍ ଏବଂ ପ୍ରେଗାବାଲିନ୍ ପାଇଁ ଡିଟକ୍ସିଫିକେସନ୍ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.8 ° C
    27.8 °
    27.8 °
    79 %
    2.3kmh
    81 %
    Fri
    27 °
    Sat
    26 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ